Advertisment

Holi celebration: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି।

ଅଦ୍ୟତନ ହୋଇଛି
Holi

Holi

Advertisment

ଆଜି ରଙ୍ଗର ପର୍ବର ହୋଲି। ଭାରତର ଅତି ଲୋକପ୍ରିୟ ପର୍ବ ମଧ୍ୟରୁ ଏହା ଅନ୍ୟତମ। ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଏହି ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହୁଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହୋଲି ପର୍ବ ପାଳିତ ହୋଇଥାଏ।

Advertisment

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି।

ଅଧିକ ପଢ଼ନ୍ତୁ: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

କ’ଣ ରହିଛି ପୌରାଣିକ ଗାଥା-

ପୌରାଣିକ ଗାଥା ଅନୁସାରେ, ଅସୁର ରାଜା ହିରଣ୍ୟକଷ୍ୟପ ଭଗବାନ ବିଷ୍ଣୁଙ୍କ ଘୋର ବିରୋଧୀ ଥିଲା । ମାତ୍ର ତାଙ୍କ ପୁଅ ପ୍ରହଲ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ। ଏଣୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ହିରଣ୍ୟକଷ୍ୟପ। ବ୍ରହ୍ମାଙ୍କ ବରଦାନ ପ୍ରାପ୍ତ ନିଜ ଭଉଣୀ ହୋଲିକାଙ୍କୁ ପ୍ରହଲ୍ଲାଦଙ୍କୁ ମାରିବାକୁ କହିଥିଲେ।

Advertisment

ହୋଲିକା ଅଗ୍ନିରେ ଜଳିବେନି ବୋଲି ତାଙ୍କୁ ବରଦାନ ପ୍ରାପ୍ତ ହୋଇଥିଲା । ଏଣୁ ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। ମାତ୍ର ଭଗବାନ ବିଷ୍ଣୁଙ୍କ ମହିମା ଯୋଗୁଁ ପ୍ରହଲ୍ଲାଦଙ୍କ କୌଣସି କ୍ଷତି ହୋଇନଥିବା ବେଳେ, ଜଳି ଯାଇଥିଲେ ହୋଲିକା। ହୋଲିକାଙ୍କ ଦହନକୁ ଧର୍ମର ଜୟ ବିବେଚନା କରି ଆବାହମାନ କାଳରୁ ଏହି ପର୍ବପାଳିତ ହୋଇ ଆସୁଛି।

ଅଧିକ ପଢ଼ନ୍ତୁ: ହୋଲି ଖେଳରେ ନଖ ରଙ୍ଗ ହୋଇଗଲା କି; ଜାଣନ୍ତୁ ଛଡେଇବାର ୩ ଟିପ୍ସ

Holi Holi Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ