Advertisment

Holi Festival 2024: ରଙ୍ଗ ଛଡେଇବା ଭୟରେ ହୋଲି ଖେଳୁ ନାହାନ୍ତି କି… ଜାଣନ୍ତୁ ରଙ୍ଗ ଛଡେଇବାର ସହଜ ଉପାୟ

ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହୁଛୁ, ଯାହା ଆପଣଙ୍କ ଘରେ ହିଁ ରହିଛି। ଏହାକୁ ଆପଣାନ୍ତୁ ଆଉ ସହଜରେ ରଙ୍ଗ ଛଡାନ୍ତୁ।

ଅଦ୍ୟତନ ହୋଇଛି
Holi festival 2024 tips to remove holi colors

Holi festival 2024 tips to remove holi colors

Advertisment

ହୋଲି ଏକ ହସ-ଖୁସିର ପର୍ବ। ଏହା ସମସ୍ତଙ୍କ ମନରେ ଆନନ୍ଦ ଭରିଦିଏ। ହେଲେ ଏହି ରଙ୍ଗ ଖେଳକୁ ନେଇ ଅନେକ କଟକଣା ମଧ୍ୟ ରହିଛି। କିନ୍ତୁ ହୋଲିର ମହୋତ୍ସବ ଥିବ ହେଲେ ରଙ୍ଗର ପସରା ନଥିବ, ଏହା କ’ଣ କେବେ ସମ୍ଭବ! ହୋଲି କହିଲେ ଆଉ କ’ଣ କି? ପରିବାର ଏବଂ ସାଙ୍ଗମାନଙ୍କୁ ରଙ୍ଗ କରିବା ଏବଂ ମଜାମସ୍ତି କରିବା ହିଁ ତ ହେଉଛି ହୋଲିର ପ୍ରକୃତ ଅର୍ଥ। ଏ ମଜା ଯଦି ନାହିଁ ତେବେ ସେ ହୋଲିର ମାନେ ବା କ’ଣ!

Advertisment

ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି? ଆଜିକାଲି କିଛି କେମିକାଲ୍ ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନ ଥାଏ। ଏହା ପାଇଁ ଅନେକ କସରତ ମଧ୍ୟ କରିବାକୁ ପଡେ। ଏପରିକି ଚର୍ମ ନଷ୍ଟ ବି ହୋଇଯାଏ।

ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହୁଛୁ, ଯାହା ଆପଣଙ୍କ ଘରେ ହିଁ ରହିଛି। ଏହାକୁ ଆପଣାନ୍ତୁ ଆଉ ସହଜରେ ରଙ୍ଗ ଛଡାନ୍ତୁ।

Advertisment

ଗୋଲାପ ଜଳ, କାକୁଡି ରସ ଓ ଭିନେଗାର:

କାକୁଡିରୁ ରସ ବାହାର କରି ସେଥିରେ କିଛି ଗୋଲାପ ଜଳ ଏବଂ ଗୋଟିଏ ଚାମଚ ଭିନେଗାର ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଶରୀରକୁ ସଫା କରନ୍ତୁ। ଆପଣଙ୍କ ଦେହରେ ଲାଗିଥିବା ସମସ୍ତ ଦାଗ ଛାଡିଯିବ ଏବଂ ଚର୍ମ ଚମକିବ।

ମୂଳା ରସ, କ୍ଷୀର ଓ ବେସନ:

ମୂଳାରୁ ରସ ବାହାର କରି ଏଥିରେ କ୍ଷୀର ଏବଂ ବେସନ କିମ୍ବା ମଇଦା ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଚର୍ମରେ ଲଗାନ୍ତୁ। କିଛି ସମୟ ରଖିବା ପରେ ସଫା କରନ୍ତୁ।

Advertisment

ଲେମ୍ବୁ, ବେସନ ଓ କ୍ଷୀର:

ବେସନରେ ଲେମ୍ବୁ ଓ କ୍ଷୀର ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ଚର୍ମରେ ଲଗାନ୍ତୁ। ଏହାକୁ ଚର୍ମରେ ପ୍ରାୟ ପନ୍ଦରରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ମୁହଁ ଏବଂ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଯଅ ଅଟା ଏବଂ ବାଦାମ ତେଲ:

ଯଅ ଅଟା ଏବଂ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚର୍ମରେ ଲଗାଇ ରଙ୍ଗ ସଫା କରନ୍ତୁ। ଏହା ଏକ ସ୍କ୍ରବ୍ ଭାବରେ କାମ କରିବ ଏବଂ ରଙ୍ଗ ଛଡେଇବାରେ ସାହାଯ୍ୟ କରିବ।

ଜିଙ୍କ୍‌ ଅକ୍ସାଇଡ୍ ଏବଂ ଜଡା ତେଲ:

ଯଦି ଆପଣଙ୍କ ଚର୍ମରେ ଗାଢ ରଙ୍ଗ ଲାଗିଛି, ତେବେ ଦୁଇ ଚାମଚ ଜିଙ୍କ୍‌ ଅକ୍ସାଇଡ୍ ଏବଂ ଦୁଇ ଚାମଚ ଜଡା ତେଲ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ। ଏକ ସ୍ପଞ୍ଜ୍ ସହିତ ଚମଡାରେ ହାଲୁକା ଭାବେ ଘଷନ୍ତୁ ଏବଂ ୨୦-୨୫ ମିନିଟ୍ ପରେ ସାବୁନ ଲଗାଇ ଧୋଇ ଦିଅନ୍ତୁ। ଆପଣଙ୍କ ଚର୍ମରେ ଥିବା ସବୁ ରଙ୍ଗ ଛାଡିଯିବ।

ଅମୃତଭଣ୍ଡା ଓ କ୍ଷୀର:

କିଛି କଞ୍ଚା ଅମୃତଭଣ୍ଡା ଗ୍ରାଇଣ୍ଡ୍‌ କରି କ୍ଷୀରରେ ମିଶାନ୍ତୁ। ଏଥିରେ ଟିକେ ମୁଲ୍‌ତାନୀ ମାଟି ଏବଂ ଅଳ୍ପ ବାଦାମ ତେଲ ମିଶାନ୍ତୁ। ଏହାକୁ ଚର୍ମରେ ଲଗେଇ ପ୍ରାୟ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ।

କ୍ଷୀର, କମଳା ଚୋପା, ମସୁର ଡାଲି ଏବଂ ବାଦାମ:

କ୍ଷୀରରେ କମଳା ଚୋପା, ମସୁର ଡାଲି ଏବଂ ବାଦାମ ଗ୍ରାଇଣ୍ଡ୍‌ କରି ମିଶାନ୍ତୁ ଆଉ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପୁରା ଚର୍ମରେ ଲଗାନ୍ତୁ ଏବଂ ଏହାକୁ ମାଲିସ୍ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଚର୍ମରୁ ରଙ୍ଗ ସଫା ହେବା ସହ ଏହା ଚମକିବ।

Holi Holi Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ