Advertisment

କାର୍ତ୍ତିକ ସୋମବାର: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ।

ଅଦ୍ୟତନ ହୋଇଛି
Devotees are on kartik month

Devotees are on kartik month

Advertisment

କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ କାର୍ତ୍ତିକ ତୃତୀୟ ସୋମବାର ପାଇଁ ଚଳଚଞ୍ଚଳ ରହିଛି ଆଠଗଡ଼ । କଟକ ଆଠଗଡ଼ର ବାବା ଧବଳେଶ୍ବରଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ ।

Advertisment

ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟଫଳ ମିଳିଥାଏ । ଏହି ବିଶ୍ବାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି ।

ରାତି ୪ଟାରୁ ପହଡ ଖୋଲାଯାଇ ମହାଦେବଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisment

Srimandir Kartik Month
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ