ନିଷ୍ପତ୍ତି ବଦଳିଲା : ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

ସରକାର ଦିନକ ପରେ ନିଷ୍ପତ୍ତି ବଦଳାଇଲେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ ।

ନିଷ୍ପତ୍ତି ବଦଳାଇଲେ ସରକାର

ନିଷ୍ପତ୍ତି ବଦଳାଇଲେ ସରକାର । ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀ ଯୋଗ ଦେଇ ପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ଏହି ପବିତ୍ର ଦିନରେ ସାମିଲ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଏ ବର୍ଷ ସ୍କୁଲରେ ଅଗଷ୍ଟ ୧୫ ପାଳନ ହେବ, କିନ୍ତୁ ପିଲା ଭାଗ ନେବେନି ବୋଲି ଗତ କାଲି କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରାଯିବ ଓ କୋରନାର ଚତୁର୍ଥ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ହେଲେ ଆଜି ନିଷ୍ପତ୍ତି ବଦଳିବା ନେଇ ପୁଣି ଥରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

କରୋନା ଯୋଗୁଁ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ ସ୍କୁଲରେ ପାଳନ କରିନାହାନ୍ତି । ତେବେ ମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ଆସିବା ପରେ ପିଲାମାନେ ମଧ୍ୟ ଖୁସି ଥିବା ଜଣାପଡ଼ିଛି ।