Goddess Durga immersion ceremony
ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି । ଗତ ରାତିରୁ କଟକରେ ଭସାଣି ଆରମ୍ଭ ହୋଇସାରିଛି । ମେଢ଼ ଗୁଡ଼ିକ ନିର୍ଦ୍ଦିଷ୍ଟ ରୁଟ୍ରେ ସାହି ପରିକ୍ରମା କରି ଦେବୀଗଡ଼ା ନିକଟରେ ପହଞ୍ଚିବା ପରେ ସେଠାରେ ବିସର୍ଜନ କରାଯିବ ।
ଅନ୍ୟପକ୍ଷେ, ରାଜଧାନୀ ଭୁବନେଶ୍ୱରରେ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱରରେ ଭସାଣି ଉତ୍ସବରେ ବିଭିନ୍ନ ପୂଜା କମିଟି ସାମିଲ ହେବେ । ମୃଣ୍ମୟୀ ମୁର୍ତ୍ତି ବିସର୍ଜନ ଲାଗି ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଲେଖାଏ ଓ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି ।
ସେପଟେ ଭସାଣି ବେଳେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ୍ । ସହିଦନଗରରେ ଭସାଣି ଯାତ୍ରା ଚାଲୁଥିବା ସମୟରେ ଜନପଥରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ ।
ସେହିପରି ନୟାପଲ୍ଲୀ ଭସାଣି ବେଳେ ସିଆରପି ଆଡୁ ଆସୁଥିବା ଯାନବାହନ ସିଆରପି ଛକରୁ ଏକାମ୍ର ପାର୍କ ହୋଇ ଜୟଦେବ ବିହାର ଛକ ରାସ୍ତା ଦେଇ ଯିବେ ।ଉତ୍ତର ଭୁବନେଶ୍ୱର ଭସାଣି ମହୋତ୍ସବ ଶୋଭାଯାତ୍ରା ବେଳେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡୁ ଆସୁଥିବା ଗାଡି ଚଳାଚଳ ବନ୍ଦ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1698199663.jpg)