Advertisment

ରାମ ମନ୍ଦିରରେ ହେବ ଗଣେଶ ପୂଜା !

ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ

Ganesh Puja pandal

Ganesh Puja pandal

Advertisment

ଆଉ ଦିନ କେଇଟା ପରେ ଗଣେଶ ପୂଜା। ଗାଁରୁ ସହର ସବୁଠି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ତେବେ ପ୍ରତିବର୍ଷ ସ୍ୱତନ୍ତ୍ର ମୂର୍ତ୍ତି ଓ ତୋରଣ ତିଆରି କରି ଚର୍ଚ୍ଚାରେ ରହୁଥିବା ବ୍ରହ୍ମପୁର ନିକଟ ସାନକୁଶସ୍ଥଳୀରେ ଏଥର ବି ହୋଇଛି ଖାସ୍ ଆୟୋଜନ । ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ତୋରଣ ନିର୍ମାଣ ହେଉଥିବା ବେଳେ ପୂଜା ପାଇବେ ୧୧ ଫୁଟ ଉଚ୍ଚର ଗଜାନନ । ଏଥିପାଇଁ କାରିଗର ଓ ପୂଜାକମିଟି ସଦସ୍ୟ ଦିନରାତି ଏକ କରିଦେଇଛନ୍ତି ।

Advertisment

ବ୍ରହ୍ମପୁର ସାନକୁଶସ୍ଥଳୀ ତିଆରି ଚାଲିଛି ଅଯୋଧ୍ୟା ଢାଞ୍ଜାରେ ରାମମନ୍ଦିର । ଅବିକଳ ରାମ ମନ୍ଦିର ରୂପ ଦେବାକୁ ପ୍ରୟାସ କରିଛନ୍ତି କାରିଗର । ବାଲିସିମେଣ୍ଟ, ବାଉଁଶ, ପ୍ଲାଏ ଓ ଫାଇବରରେ ତିଆରି ହେଉଥିବା ଏହି ମନ୍ଦିରରେ ପୂଜା ପାଇବେ ଶ୍ରୀଗଣେଶ । ଆଗକୁ ଗଣେଶ ପୂଜା ଥିବାରୁ କିଛି ଏଭଳି ନୂଆ କରିବାର ପ୍ରୟାସ କରିଛନ୍ତି ସାନକୁଶସ୍ଥଳୀର ଯୁବକ ମାନେ ।

ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୪୫ ଶହ ବର୍ଗଫୁଟ ଜାଗାରେ ଫାଉଣ୍ଡେସନ୍ ପଡ଼ିଛି । ତା ଉପରେ ବାଉଁଶ ଓ ବଲହା ପୋତି ନିର୍ମାଣ କରାଯାଇଛି ୫୧ ଫୁଟ ଉଚ୍ଚ ରାମମନ୍ଦିର। ଉପରେ ପ୍ଲାଏ କଭର କରି, ଥର୍ମକୋଲରେ ବିଭିନ୍ନ କାରୁକାର୍ଯ୍ୟ କରାଯାଉଛି । ଦେଢ ମାସ ତଳୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ମୁଖ୍ୟ ଶିଳ୍ପୀ ବାଲା କ୍ରିଷ୍ଣା।...

Advertisment

ଗତ ୧୦ ବର୍ଷ ହେଲା ସାନକୁଶସ୍ଥଳୀ ଗଣେଶ ପୂଜାରେ ଦେଖିବାକୁ ମିଳେ ସ୍ୱତନ୍ତ୍ରତା । ଗତଥର କେଦାରନାଥ ମନ୍ଦିର ସଦୃଶ୍ୟ ତୋରଣ ନିର୍ମାଣ ହୋଇଥିଲା। ଏଥର ରାମମନ୍ଦିର ତୋରଣ ତିଆରି ପାଇଁ ପୂଜା କମିଟି ଦିନ ରାତି ଏକ କରିଛନ୍ତି। ଭବ୍ୟ ରାମମମନ୍ଦିରରେ ୧୧ଫୁଟ ଉଚ୍ଚ ଗଣେଶଙ୍କ ମୂର୍ତ୍ତି ପୂଜା ପାଇବେ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ତିଆର କାମ ।...

କମିଟି ପକ୍ଷରୁ ୧୧ ଦିନ ଧରି ଗଜାନନଙ୍କ ପୂଜାର ଆୟୋଜନ କରିବାକୁ ପ୍ରସ୍ତୁତି କରିଥିବା ବେଳେ ଦର୍ଶକଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

Advertisment
Ayodhya Ram Mandir Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ