Ganesh Puja In Bhubaneswar: BMC Prepares 2 Temporary Ponds For Idol Immersion
ଏଥର ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା। ପରଦା ଆଢୁଆଳରେ ନୁହେଁ ବରଂ ଠାକୁରଙ୍କୁ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ। ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜାକୁ ନେଇ BMC କମିଶନର ଏହା କହିଛନ୍ତି। ଯଦିଓ କୋଭିଡ୍ କଟକଣା ହଟିଛି, ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ BMC କମିଶନର ପରାମର୍ଶ ଦେଇଛନ୍ତି।
ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍ କରିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ରାଜଧାନୀ ରେ ୫୦ରୁ ଅଧିକ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ପୂଜା ହେବ। ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ବିଏମ୍ସି କମିଶନର କହିଛନ୍ତି।
ମହାମାରୀ କୋଭିଡ୍ ପାଇଁ ଗତ ୨ ବର୍ଷ ହେବ ବିନା ଭକ୍ତରେ ପୂଜା ମଣ୍ଡପରେ ମା’ ଦୁର୍ଗା, ମା’ କାଳୀ, ଗଣେଶ ପୂଜା ଭଳି ବଡ଼ ବଡ଼ ପୂଜାର୍ଚ୍ଚନା କରାଯାଉଥିଲା। ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ପୂଜା ଓ ମେଲଣକୁ ଅନୁମତି ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661328867.jpg)