Advertisment

ଗଶେଶ ପୂଜା ପାଇଁ BMCର ଗାଇଡ୍‌ଲାଇନ୍‌: ମଣ୍ଡପ/ପେଣ୍ଡାଲର ୪ ପଟ ବନ୍ଦ ରହିବ, କେବଳ ପୂଜକଙ୍କୁ ଅନୁମତି

କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।

ଅଦ୍ୟତନ ହୋଇଛି
Ganesh Puja guidelines for Bhubaneswar

Ganesh Puja guidelines for Bhubaneswar

Advertisment

ଭୁବନେଶ୍ୱର: କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି। ତେବେ ଏଥିପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସେହିପରି ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ।

Advertisment

ମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟରେ ଆବରଣ ରହିବ। କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିଛି। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମୂର୍ତ୍ତି ୪ ଫୁଟ ଉଚ୍ଚତାରୁ ଅଧିକ କରାଯାଇ ପାରିବ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। 

  • ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା
  • ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ
  • ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ହୋଇପାରିବ
  • କୌଣସି ପ୍ରକାର ପ୍ରସାଦ ସେବନ ଓ ଭୋଜିକୁ ସମ୍ପୂର୍ଣ୍ଣ ବାରଣ 
  • ବିସର୍ଜନ ଶୋଭାଯାତ୍ରା ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ 
Advertisment

ସୂଚନାଥାଉ କି, ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ CMC ପକ୍ଷରୁ ଗଣେଶ ପୂଜା ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା।  ପୁରା କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ ଜାରି କରିଥିଲା CMC। ଗାଇଡ୍‌ଲାଇନ୍‌ରେ ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଡିସିପିଙ୍କଠାରୁ ଅନୁମତି ନେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ବିନା ଅନୁମତିରେ ମଣ୍ଡପରେ ପୂଜା କରିପାରିବେ ନାହିଁ ପୂଜା କମିଟି । ଅନ୍ୟପଟେ ଏଥର କେବଳ ପରମ୍ପରା ରକ୍ଷା ପାଇଁ ଗଣେଶ ପୂଜା ହେବ । ଲାଇଟ୍‌  କିମ୍ବା ସାଜସଜ୍ଜା ସବୁ ବନ୍ଦ ରହିବ। ପୂଜା ମଣ୍ଡପର ତିନି ପାର୍ଶ୍ୱ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଅନ୍ୟ ପାର୍ଶ୍ୱ ବା ଚତୁର୍ଥ ପାର୍ଶ୍ୱ ଆଂଶିକ ଖୋଲା ରହିବ।

Advertisment
Bhubaneswar Ganesh Puja Guidelines Ganesh Puja BMC Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ