Advertisment

ବଟ ଗଣେଶଙ୍କ ପାଖରେ ୨୨ ନଡ଼ିଆ ଭାଙ୍ଗିବ ଶ୍ରୀମନ୍ଦିର ପ୍ରଶାସନ

ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ ।

undefined

Ganesh Puja

Advertisment

ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଚାଲିଛି ପୂଜାର୍ଚ୍ଚନା। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ତେବେ ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲାରେ ବି ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି। ସେପଟେ ମହାରାଷ୍ଟ୍ରରେ ଗଣପର୍ବ ଭାବେ ଗଣପତି ବାବାଙ୍କ ପର୍ବ ବଡ ଧୁମଧାମରେ ପାଳିତ ହେଉଛି।

Advertisment

ସେପଟେ ଆଜି ଶ୍ରୀମନ୍ଦିର ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯାଏ । ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳିତ ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ତହିଁ ଉପରେ ପତନୀ ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୨୨ଟି ନଡ଼ିଆ ଭଙ୍ଗାଯାଇଥାଏ।

ବଟ ଗଣେଶଙ୍କ ମନ୍ଦିରରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ସମବେତ ହୋଇଥାନ୍ତି। ଶ୍ରୀଗଣେଶଙ୍କ ପୂଜା ନିମିତ୍ତ ଧୂପ, ଦୀପ, ଭୋଗ ଦ୍ରବ୍ୟ ଧରି ପୂଜାର୍ଚ୍ଚନା କରିଥାନ୍ତି।

Advertisment

ସେପଟେ ଆଜି ପୂଜାକୁ ଭିଜାଇପାରେ ଲଘୁଚାପ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖ ଅର୍ଥାତ୍ ସୋମବାର ଅବପାତର ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆଜିଠୁ ଆରମ୍ଭ ହୋଇଯିବ ବର୍ଷା। ୧୦ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ଆସନ୍ତା ୩ ଘଣ୍ଟାରେ ଜଗତସିଂହପୁର, ବଲାଙ୍ଗୀର, ନୂଆପଡା, ବରଗଡ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। 

Advertisment
Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ