Advertisment

ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।

ଅଦ୍ୟତନ ହୋଇଛି
laxmipuja

laxmipuja

Advertisment

ଢେଙ୍କାନାଳ: କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି। ଆଡି ସାରେ କଳସ ଯାତ୍ରା, ଘଟପୂଜା ଓ ପରେ ମାଆଙ୍କ ଆବାହନ କରାଯାଇଛି। ଏ ବର୍ଷ ଢେଙ୍କାନାଳ ସହରର ମୀନାବଜାର, ଗଣେଷ ବଜାର, ଗୁଡିଆନାଳୀରେ ଚାନ୍ଦି ମେଢ଼ କରାଯାଇଛି।

Advertisment

କିନ୍ତୁ ମଣ୍ଡପ ଓ ପେଣ୍ଡାଲ ଚାରିପଟକୁ ଗାଇଡଲାଇନ୍ ଅନୁସାରେ ଆବଦ୍ଧ କରାଯାଇଛି। ସେପଟେ କେନ୍ଦ୍ରାପଡାର ୬୮ ପେଣ୍ଡାଲରେ ଧନଦାତ୍ରୀଙ୍କୁ ଆବାହନ କରାଯାଇଛି। ସେହିଭଳି ଜିଲ୍ଲାର ଗାଁ ଗହଳିରେ ବହୁ ମଣ୍ଡପ କରାଯାଇଥିଲେ ବି କରୋନା ପାଇଁ ଫିକା ପଡ଼ିଛି ଗଜଲକ୍ଷ୍ମୀ ପୂଜା ମହୋତ୍ସବ। ଅନୁଗୁଳରେ ମଧ୍ୟ ବିଧି ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଉତ୍ସବ ରହିତ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି।

Advertisment
GajaLaxmiPuja Dhenkanal Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ