Advertisment

Hanuman Jayanti: ହନୁମାନ କିପରି ହେଲେ ଏତେ ଶକ୍ତିଶାଳୀ; କେଉଁ ଦେବତା କେଉଁ ବର ଦେଇଥିଲେ...

ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ଭାବରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।

ଅଦ୍ୟତନ ହୋଇଛି
Hanuman Jayanti 2023 Date

From which lord hanuman ji receive what boon

Advertisment

ପୌରାଣିକ କାହାଣୀ ଅନୁସାରେ ବଜରଙ୍ଗବାଲୀ ହନୁମାନଙ୍କୁ ଭଗବାନ ଶିବଙ୍କର ରୁଦ୍ର ଅବତାର ବୋଲି କୁହାଯାଏ। ଭଗବାନ ଶଙ୍କରଙ୍କର ୧୧ ରୁଦ୍ର ଅବତାର ମଧ୍ୟରୁ ବଜରଙ୍ଗବାଲୀ ହନୁମାନ ଏପରି ଏକ ଅବତାର, ଯାହାଙ୍କୁ ଅମରତ୍ୱର ବରଦାନ ମିଳିଛି। କୁହାଯାଏ ଯେ ବଜରଙ୍ଗବାଲୀ ହନୁମାନ ଆଜି ବି ଜୀବିତ ଅଛନ୍ତି।

Advertisment

ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ମଧ୍ୟରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।

ଅଧିକ ପଢ଼ନ୍ତୁ: ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ!

ମା’ ସୀତାଙ୍କ ଠାରୁ ବରଦାନ:

ବିଶ୍ୱାସ ଅନୁଯାୟୀ, ଯେତେବେଳେ ହନୁମାନ ଜୀ ମା’ ସୀତାଙ୍କ ସନ୍ଧାନରେ ଲଙ୍କାକୁ ଯାଇଥିଲେ, ସେତେବେଳେ ସେ ଅଶୋକ ବାଟିକାରେ ମା’ ସୀତାଙ୍କୁ ଭେଟିଥିଲେ। ସେତେବେଳେ ମା’ ଜାନକୀ ହନୁମାନଜୀଙ୍କୁ ଅମରତାର ବର ପ୍ରଦାନ କରିଥିଲେ ଏବଂ ହନୁମାନ ଜୀଙ୍କୁ କହିଥିଲେ ଯେ ସେ ପ୍ରତ୍ୟେକ ଯୁଗରେ ଭଗବାନ ରାମଙ୍କ ଭକ୍ତମାନଙ୍କୁ ସୁରକ୍ଷା ଦେବେ।

Advertisment

ସୂର୍ଯ୍ୟ ଦେବତାଙ୍କଠାରୁ ତେଜ:

ହିନ୍ଦୁ ପୁରାଣ ଅନୁଯାୟୀ ହନୁମାନ ଜୀ ସୂର୍ଯ୍ୟ ଭଗବାନଙ୍କଠାରୁ ତେଜ ପ୍ରାପ୍ତ କରିଥିଲେ। ସୂର୍ଯ୍ୟ ଭଗବାନ ତାଙ୍କୁ ତାଙ୍କ ତେଜର ଏକ ଶତକଡ଼ା ଅଂଶ ଦେଇଥିଲେ। ବିଶ୍ୱାସ କରାଯାଏ ଯେ ଏହି କାରଣରୁ ହନୁମାନଙ୍କ ସାମ୍ନାରେ କେହି ଠିଆ ହୋଇପାରନ୍ତି ନାହିଁ।

ଯମରାଜଙ୍କ ଠାରୁ ବରଦାନ:

ହନୁମାନ ମଧ୍ୟ ଯମରାଜଙ୍କଠାରୁ ବର ପାଇଛନ୍ତି। ଯମରାଜ ହନୁମାନଙ୍କୁ ବରରେ ସେ କେବେବି ଯମରାଜଙ୍କ ଶିକାର ହେବେ ନାହିଁ କହିଥିଲେ।

Advertisment

କୁବେରଙ୍କ ଠାରୁ ଗଦା:

ଧନପତି କୁରେର ବଜରଙ୍ଗବାଲିଙ୍କୁ ଗଦା ଦେଇଥିଲେ। ଏହା ସହିତ, ସେ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ଯୁଦ୍ଧରେ କେହି ତାଙ୍କୁ ପରାସ୍ତ କରିପାରିବେ ନାହିଁ।

ଭଗବାନ ଶଙ୍କରଙ୍କଠାରୁ ବର:

ହନୁମାନ ମଧ୍ୟ ଭୋଳାନାଥଙ୍କଠାରୁ ଏକ ଶକ୍ତିଶାଳୀ ବର ପାଇଥିଲେ। କୌଣସି ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇପାରିବ ନାହିଁ ବୋଲି ଭୋଳାନାଥ ହନୁମାନଙ୍କୁ ବର ଦେଇଥିଲେ।

ଇନ୍ଦ୍ରଦେବଙ୍କଠାରୁ ବର:

ହିନ୍ଦୁ ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ଇନ୍ଦ୍ର ଏବଂ ହନୁମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଇନ୍ଦ୍ର ତାଙ୍କୁ ବଜ୍ରାଘାତ କରିଥିଲେ। ଏହାପରେ ସେ ପଶ୍ଚାତାପ ମଧ୍ୟ କରିଥିଲେ। ପରେ ସେ ତାଙ୍କୁ ବର ଦେଇ କହିଥିଲେ ଯେ ଭବିଷ୍ୟତରେ ତାଙ୍କ ଉପରେ କେବେ ବି ବଜ୍ରାଘାତ କରିବେ ନାହିଁ।

ବିଶ୍ୱକର୍ମାଙ୍କଠାରୁ ବର:

ଦେବଶିଳ୍ପୀ ବିଶ୍ୱକର୍ମା ହନୁମାନଙ୍କୁ ବର ଦେଇଥିଲେ ଯେ ତାଙ୍କ ଦ୍ୱାରା ନିର୍ମିତ କୌଣସି ବି ଅସ୍ତ୍ର ବଜରଙ୍ଗବାଲିଙ୍କ ଉପରେ ପ୍ରଭାବ ପକାଇବ ନାହିଁ।

ବ୍ରହ୍ମାଙ୍କଠାରୁ ବର:

ସୃଷ୍ଟିକର୍ତ୍ତା ବ୍ରହ୍ମା ହନୁମାନଙ୍କୁ ଦୀର୍ଘାୟୁ ହେବାର ବର ପ୍ରଦାନ କରିଥିଲେ। ଏହା ସହିତ, ସେ ଅନ୍ୟ ଏକ ବରରେ ହନୁମାନ ନିଜ ଇଛା ଅନୁଯାୟୀ ଯେକୌଣି ରୂପ ଧରଣ କରି ଯେକୌଣସି ସ୍ଥାନକୁ ଯାଇପାରିବେ ବୋଲି କହିଥିଲେ।

Hanuman Chalisa Lord Hanuman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ