Advertisment

ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

ଅଦ୍ୟତନ ହୋଇଛି
undefined

Maa Biraja Ratha Jatra

Advertisment

ଯାଜପୁର(ସଞ୍ଜୀବ ନାୟକ): ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ । ଯେଉଁଠି ବି ପିଣ୍ଡ ଦାନକଲେ ଯଦି ନାଭିଗୟାରେ ପିଣ୍ଡ ଦାନ ନହୁଏ ତେବେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୋଇନଥାନ୍ତି ବୋଲି ବିଶ୍ୱାସ ରହିଛି ।

Advertisment

ତେଣୁ ମହାଳୟା ଦିନ ନାଭିଗୟାରେ ପିଣ୍ଡଦାନକୁ ପିତୃଲୋକ ଅପେକ୍ଷା କରିଥାନ୍ତି ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ସଂଧ୍ୟାରେ ବିରଜା କ୍ଷେତ୍ର ରେ ଗଡିବ ମା ବିରଜାଙ୍କ ରଥ। ସେଥି ଲାଗି ଅପରାହ୍ନରେ ଯଜ୍ଞ ମଣ୍ଡପରେ ପୁଜାର୍ଚନା ଓ ରଥ ପ୍ରତିଷ୍ଠା ପରେ ଦେବୀଙ୍କ ଚଳନ୍ତି ପ୍ରତିମା ରଥାରୂଢ ହେବେ। ଏହି ନବଦିନ ରଥଯାତ୍ରାରେ ମା’ ରଥରେ ବସି ମନ୍ଦିର ପରିକ୍ରମା କରିବେ ମା। ତେବେ ଏଥର ୮ ଦିନ ମାଆଙ୍କର ଏହି ସ୍ୱତନ୍ତ୍ର ଯାତ୍ରା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ରଥଯାତ୍ରା ପାଇଁ ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗିଛି। ସେପଟେ କିନ୍ତୁ ଭକ୍ତମାନେ ଦୂରରୁ ଥାଇ ମାଆଙ୍କ ରଥର ଦର୍ଶନ କରିପାରିବେ ବୋଲି ପ୍ରଶାସନ କହିଛି।

Advertisment

ସେପଟେ, ଆଜି ପବିତ୍ର ମହାଳୟା ଅମାବାସ୍ୟା । ପିତୃପକ୍ଷର ଶେଷ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଥିବା ବେଳେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି । ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତମାନେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ।

Jajpur Maa Biraja Rath Yatra Ratha Jatra Durga Puja 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ