Advertisment

ପଞ୍ଚୁକ ପ୍ରଥମ ଦିନ: ଜଗାର ଲକ୍ଷ୍ମୀନାରାୟଣ ବେଶ, ବାବା ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।

Panchuka

Panchuka

Advertisment

ଧର୍ମମାସ କାର୍ତ୍ତିକର ଆଜି ବଡ ଏକାଦଶି ତିଥି । ପବିତ୍ର ପଞ୍ଚକର ପ୍ରଥମ ଦିନ । ଏହି ଅବସରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ବାରମ୍ବାର ଖବର ପ୍ରସାରଣ ପରେ ବରିଷ୍ଠ ନାଗରିକଙ୍କ ବ୍ୟାରିକେଡ୍ ଯନ୍ତ୍ରଣାକୁ ପ୍ରଶମିତ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ବି ତାହା ମଧ୍ୟ ପର୍ଯ୍ୟାପ୍ତ ହୋଇ ନଥିବା ଅଭିଯୋଗ ହୋଇଛି ।

Advertisment

ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ । କାହିଁକିନା ଆଜି ପଞ୍ଚୁକର ପ୍ରଥମ ଦିନରେ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଥିଲେ କଳାଠାକୁର । ସେଇଥିପାଇଁ କିଏ ମୁଣ୍ଡରେ ତୁଳସୀ ଚଉରା ଧରି ନାଚୁଥିଲେ ତ କିଏ ରାଧା ତ କିଏ କୃଷ୍ଣ ବେଶରେ ସଜେଇ ବିଭୁ ପ୍ରେମରେ ମଜ୍ଜିଥିଲେ ।

ବିଶ୍ୱାସ ରହିଛି ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପଞ୍ଚୁକ ଯାତ୍ରାର ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ତେଣୁ ଦର୍ଶନ ପାଇଁ ପୂର୍ବଦିନ ଅପେକ୍ଷା ଭିଡ଼ ଅଧିକ ଥିଲା । ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣାର ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସିବା ପରେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଥିଲା ।

Advertisment

ବ୍ୟାରିକେଡକୁ ଟାଉନ୍ ଥାନା ପର୍ଯ୍ୟନ୍ତ ବଢ଼ାଯାଇ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ଅନେକ ଦିବ୍ୟାଙ୍ଗ ଏବଂ ବୃଦ୍ଧ, ବୃଦ୍ଧାଙ୍କୁ ଧାଡ଼ିରୁ ବାହାର କରି ଶ୍ରୀମନ୍ଦିରକୁ ନିଆଯାଉଥିଲା । ଖୋଦ ଏସପି ବି ବୁଲି ବୁଲି ବ୍ୟାରିକେଡ୍ ବ୍ୟବସ୍ଥାର ତଦାରଖ କରୁଥିଲେ । ହେଲେ ଦର୍ଶନ ପାଇଁ ଏସବୁ ପଦକ୍ଷେପ ଯେ ସମୁଦ୍ରକୁ ଶଙ୍ଖେ, ତାହା ଏ ଦୃଶ୍ୟ ଓ ଭକ୍ତଙ୍କ ପ୍ରତିକ୍ରିୟାରୁ ଜଳ ଜଳ ଦିଶୁଥିଲା । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ଥିବା
କୁହଯାଉଥିଲା ବେଳେ ବାସ୍ତବରେ କିନ୍ତୁ ତାର ଚିହ୍ନବର୍ଣ୍ଣ ଦେଖି ପାରୁ ନଥିବା ଅଭିଯୋଗ କରିଥିଲେ ଦର୍ଶନାର୍ଥୀ । କେବଳ ସେତିକି ନୁହେଁ ପଞ୍ଚୁକ ପାଞ୍ଚଦିନ ଯାକ ଭିତର କାଠ ପରିବର୍ତ୍ତେ ବାହାର କାଠ ନିକଟରୁ କରାଯାଇଥିବା ଦର୍ଶନ ବ୍ୟବସ୍ଥା ବି ଅନେକଙ୍କୁ ଅସନ୍ତୁଷ୍ଟ କରିଛି ।

ଏପଟେ କଟକର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକର ପ୍ରଥମ ଦିନରେ ଧବଳେଶ୍ୱରଙ୍କ ଚନ୍ଦ୍ରମଉଳି ବେଶ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ପୀଠରେ । ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଆସନ୍ତାକାଲି ଦ୍ୱାଦଶୀରେ ବାଙ୍କଚୁଡ ବେଶରେ ଦର୍ଶନ ଦେବେ ।

Advertisment
Jagannath Temple Dhabaleswar Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ