Advertisment

No Valentine’s Day: ପ୍ରେମ ଦିବସ ବଦଳରେ ପାଳନ ହେଲା ପିତୃ-ମାତୃ ପୂଜନ ଦିବସ...ବନ୍ଦାପନା କଲେ କୁନି କୁନି ପିଲା

ଭଦ୍ରକର ଚିଙ୍ଗୁଡିପୁର ନିକଟରେ ରହିଛି ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ । ବହୁ ସମୟରେ ଛାତ୍ର ଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ସାମାଜିକ ଶିକ୍ଷା ପ୍ରଦାନ କରିଥାଏ ଏହି ଆଶ୍ରମ । ଫେବୃଆରୀ ମାସ 14 ତାରିଖ ଦିନ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଯୁବସମାଜ ଭେଲେଣ୍ଟାଇନ ଡେ ପାଳନ କରୁଛନ୍ତି, ସେହି ସମୟରେ କୁନି କୁନି ଛାତ୍ରଛାତ୍ରୀ ପିତୃ ମାତୃ ଦିବସ ପାଳନ କରୁଛନ୍ତି ।

ଅଦ୍ୟତନ ହୋଇଛି
ପିତୃମାତୃ ପୂଜନ ଦିବସ

ପିତୃମାତୃ ପୂଜନ ଦିବସ

Advertisment

ସବୁଠି ଭେଲେଣ୍ଟାଇନ ମାନିଆ । ଛୋଟରୁ ବଡ ସମସ୍ତେ ଜାଣନ୍ତି ଭେଲେଣ୍ଟାଇନଡେ କ’ଣ । ଆଜି ଭଳି ଦିନରେ ପାର୍କ ରେଷ୍ଟୁରାଣ୍ଟ ସବୁଠି ପ୍ରେମୀଯୁଗଳଙ୍କ ଭିଡ଼। ଯିଏ ଯେତେ ନିଆରା ଢଙ୍ଗରେ ଏହି ଦିବସକୁ ପାଳନ କରିବାରେ ଲାଗିଛନ୍ତି। କିନ୍ତୁ ଭଦ୍ରକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର। ଏଠି ପ୍ରେମ ଅଛି, କିନ୍ତୁ ଆଜିକାଲିର ପ୍ରେମୀଯୁଗଳ ନାହାଁନ୍ତି। ଅଛି କେବଳ ପ୍ରେମଭରା ଭକ୍ତି।

Advertisment

ଛୋଟ ଛୋଟ ପିଲାଙ୍କୁ ଏହି ଦିନରେ ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ ପକ୍ଷରୁ ଭାଲେଣ୍ଟାଇନ ଡେ ବଦଳରେ ପିତୃ ମାତୃ ପୂଜନ ଦିବସ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଭଦ୍ରକର ଚିଙ୍ଗୁଡିପୁର ନିକଟରେ ରହିଛି ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ । ବହୁ ସମୟରେ ଛାତ୍ର ଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ସାମାଜିକ ଶିକ୍ଷା ପ୍ରଦାନ କରିଥାଏ । ଫେବୃଆରୀ ମାସ 14 ତାରିଖ ଦିନ ଯେତେବଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଭେଲେଣ୍ଟାଇନ ଡେ ପାଳନ କରୁଛନ୍ତି, ସେହି ସମୟରେ କୁନି କୁନି ଛାତ୍ରଛାତ୍ରୀ ପିତୃ ମାତୃ ଦିବସ ପାଳନ କରୁଛନ୍ତି ।

Advertisment

ଛାତ୍ରଛାତ୍ରୀ ମାନେ ଗୁରୁକୁଳ ପରିସରରେ ବାପା ଓ ମାଆଙ୍କ ବନ୍ଦନା ଗାନ କରି ଫୁଲ ଚାଉଳ ଦେଇ ବନ୍ଦାପନା କରିଥାନ୍ତି । ଆଜି ଭଳି ଦିନରେ ପିଲା ମାନେ ଭେଲେଣ୍ଟାଇନ ଡେ ବଦଳରେ ମାତୃ ପିତୃ ପୂଜନ କରି ନୂଆ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଛନ୍ତି।

ସମାନ ଭାବେ ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମରେ ବିଜ୍ଞାନମେଳା ଆୟୋଜିତ ହୋଇଚି । ଛାତ୍ର ଛାତ୍ରୀ ମାନେ 70 ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହା ମଧ୍ୟରେ ଭୂମିକମ୍ପ ନିରୋଧୀ ଖଟ ଓ ଅଳ୍ପ ଜମିରେ ବହୁମୁଖି ଚାଷ କରିବା ପ୍ରକଳ୍ପ ଉଚ୍ଚ କୋଟୀର ହୋଇଥିଲା । ଭୂମିକମ୍ପ ହେଲେ କେମିତି ସୁରକ୍ଷିତ ରହିବେ ସେ ସବୁ ବେଶ୍ ସୁନ୍ଦର ଭାବେ ପ୍ରଦର୍ଶୀତ ହୋଇଚି । ଏହା ଛଡ଼ା ଗୋଟିଏ ସ୍ଥାନରେ କୁକୁଡ଼ା , ମାଛ ଓ ପନିପରିବା କେମିତି ହେବ ସେ ନେଇ ମଧ୍ୟ ପ୍ରକଳ୍ପରେ ପ୍ରଦର୍ଶିତ କରାଯାଇଥିଲା ।

Advertisment

ଆଧୁନିକ ସମାଜ ରେ ଭେଲେଣ୍ଟାଇନ ଡେ କୁ ବାଦ ଦେଇ ଏମିତି ନୂଆ ଶିକ୍ଷା ନିଶ୍ଚିତ ପ୍ରେରଣାଦାୟୀ।

Children Valentine's Day Mother Fathers' Day Mothers' Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ