• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍‌ଯାପନ କରିଥାନ୍ତି ।

ସେଥିପାଇଁ ଆଜି ରାତି ୨ଟା ବେଳେ ଦ୍ୱାର ଫିଟା ଯାଇ ମଙ୍ଗଳା ଆଳତି କରାଯିବା ସହ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଛି । ଏହାପରେ ମଇଲମ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଛି ।

ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ଏଥିପାଇଁ  ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now