ପ୍ରତିବର୍ଷ ଶାରଦୀତ ନବରାତ୍ରୀର ସମାପ୍ତି ସହିତ ଦଶମୀ ତିଥିକୁ ବିଜୟାଦଶମୀ ବା ଦଶହରା ଭାବରେ ପାଳନ କରାଯାଏ। ସତ୍ୟ ଉପରେ ଅସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଏହି ଦଶହରା। ଏହାକୁ ସାରା ଭାରତରେ ଖୁବ ଧୂମଧାମ୍ରେ ପାଳନ କରାଯାଏ।
ପ୍ରତିବର୍ଷ ଆଶ୍ୱିନ୍ ମାସର ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ଏହି ଦିନ ମାତା ଦୁର୍ଗା ମହିଷାସୁରକୁ ମଧ୍ୟ ବଦ୍ଧ କରିଥିଲେ। ଏହିସବୁ କାରଣରୁ ଲୋକେ ଏହିଦିନ ଅସ୍ତ୍ରଶସ୍ତ୍ର ପୂଜା କରିବା ସହ ରାବଣ ପୋଡିର ଆୟୋଜନ କରିଥାନ୍ତି।
Also Read
ଜ୍ୟୋତିଷବିଦ୍ୟା ଅନୁସାରେ ଚଳିତ ବର୍ଷ ଆଶ୍ୱିନ ମାସର ଶୁକ୍ଳ ପକ୍ଷର ଦଶମୀ ତିଥି ୧୨ ଅକ୍ଟୋବର ସକାଳ ୧୦.୫୭ରୁ ଆରମ୍ଭ ହୋଇ ୧୩ ଅକ୍ଟୋବର ୦୯.୦୭ ରେ ଶେଷ ହେବ।
ଦଶହରାରେ ରାବଣ ବଦ୍ଧ:
ଏହିଦିନ ଭଗବାନ ଶ୍ରୀରାମ ରାବଣକୁ ମାରିଥିବାରୁ ବିଭିନ୍ନ ସ୍ଥାନରେ ଲୋକେ ରାବଣପୋଡିର ଆୟୋଜନ କରିଥାନ୍ତି। କୁହାଯାଏ ଯେ ରାବଣକୁ ପୋଡି ପ୍ରତ୍ୟେକ ବ୍ୟକ୍ତି ନିଜର ଅନ୍ତର୍ନିହିତ ଅହଂ ଏବଂ କ୍ରୋଧକୁ ବଳି ଦେଇଥାଆନ୍ତି। ଏହିଦିନ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ମଧ୍ୟ ବିସର୍ଜନ କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ରାବଣକୁ ହତ୍ୟା କରିବାର କିଛି ଦିନ ପୂର୍ବରୁ ଭଗବାନ ରାମ ଆଦି ଶକ୍ତି ମା’ ଦୁର୍ଗାଙ୍କୁ ଆରାଧନା କରିଥିଲେ ଏବଂ ଦେବୀଙ୍କ ଆଶୀର୍ବାଦ ପାଇବା ପରେ ସେ ଦଶମୀ ଦିନ ରାବଣକୁ ହତ୍ୟା କରିଥିଲେ। ଏହି ଦିନ ମା’ ଦୁର୍ଗା ମଧ୍ୟ ମହିଷାସୁରକୁ ହତ୍ୟା କରିଥିଲେ। ତେଣୁ ଏହାକୁ ବିଜୟାଦଶମୀ ଭାବରେ ପାଳନ କରାଯାଏ।
ସର୍ବସିଦ୍ଧିଦାୟକ ବିଜୟାଦଶମୀ:
ଜ୍ୟୋତିଷବିଦ୍ୟା ଅନୁସାରେ ବିଜୟାଦଶମୀ ହେଉଛି ସର୍ବସିଦ୍ଧିଦାୟକ। ବିଶ୍ୱାସ କରାଯାଏ ଯେ ଏହି ଦିନ ଆରମ୍ଭ ହୋଇଥିବା କୌଣସି କାର୍ଯ୍ୟ ଅସଫଳ ହୁଏ ନାହିଁ। ଏହି କାରଣରୁ ପ୍ରାଚୀନ କାଳରେ ରାଜାମାନେ ବିଜୟ ଇଚ୍ଛା ନେଇ ଏହି ଦିନ ଯୁଦ୍ଧ ପାଇଁ ଯାଉଥିଲେ।
ଏହିଦିନ ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ସ୍ଥାନରେ ମେଳା ପଡେ, ରାମଲିଳା ଆୟୋଜିତ ହୁଏ ଏବଂ ରାବଣର ଏକ ବିରାଟ ପୁତଳିକା ତିଆରି କରାଯାଇ ବାଣ ଲଗେଇ ପୋଡାଯାଏ।
ଅସ୍ତ୍ରଶସ୍ତ୍ର ପୂଜା:
ଦଶହରା ଦିନ ଅସ୍ତ୍ରଶସ୍ତ୍ର ପୂଜା କରିବାର ପରମ୍ପରା ବହୁ ପୁରୁଣା। ନବରାତ୍ରୀର ନଅଦିନ ଦେବୀ ଦୁର୍ଗାଙ୍କୁ ପୂଜାକରିବା ପରେ ଦଶହରା ପର୍ବ ପାଳନ କରାଯାଏ। ମାତା ଦୁର୍ଗା ସକଳ ଶକ୍ତିର ପ୍ରତୀକ ହୋଇଥିବାରୁ ଏହିଦିନ ମା’ଙ୍କୁ ପୂଜା କରାଯାଏ।
ଭାରତର ରାଜାରାଜୁଡିଆ ଅମଳରେ ଅସ୍ତ୍ରଶସ୍ତ୍ର ପୂଜାକୁ ମହାଆଡମ୍ବର ସହିତ ପାଳନ କରାଯାଉଥିଲା। ବର୍ତ୍ତମାନ ରାଜାରାଜୁଡିଆ ସମୟ ଆଉ ନାହିଁ ସତ କିନ୍ତୁ ପରମ୍ପରା ବଜାୟ ରହିଛି। ଏହି କାରଣରୁ ଆତ୍ମରକ୍ଷା ପାଇଁ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସଫାସୁତୁରା କରାଯାଇ ଏହିଦିନ ପୂଜା କରାଯାଏ।