Advertisment

ବିଜୟା ଦଶମୀରେ ରାବଣପୋଡ଼ି; ରାଜଧାନୀର ବିରାଟ ଆୟୋଜନ

ପଟିଆ, ନୟାପଲ୍ଲୀ, ବରମୁଣ୍ଡା, ବରମୁଣ୍ଡା ଏବଂ ନହରକଣ୍ଟା ଆଦି ପୂଜା ମଣ୍ଡପରେ ରାବଣ ପୋଡି ଆୟୋଜନ କରାଯାଇଛି।

Raban Podi

Raban Podi

Advertisment

ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ସ୍ୱରୂପ ପାଳନ ହୋଇଥାଏ ଦଶହରା। ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡିର ଆୟୋଜନ କରାଯାଇଥାଏ। ଏବର୍ଷ ରାଜଧାନୀର ୬ଟି ସ୍ଥାନରେ ହେଉଛି ରାବଣ ପୋଡି ଉତ୍ସବ।

Advertisment

ପଟିଆ, ନୟାପଲ୍ଲୀ, ବରମୁଣ୍ଡା, ବରମୁଣ୍ଡା ଏବଂ ନହରକଣ୍ଟା ଆଦି ପୂଜା ମଣ୍ଡପରେ ରାବଣ ପୋଡି ଆୟୋଜନ କରାଯାଇଛି। ଏସବୁ ପୂଜା ମଣ୍ଡପରେ ରାବଣ ପୋଡି ଆୟୋଜନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। କମିଶନରେଟ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛନ୍ତି। ରାବଣ ପୋଡି ସ୍ଥଳରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ ସହ ବିଭିନ୍ନ ସ୍ଥାନରେ ଆତସବାଜି ପ୍ରଦର୍ଶନ କରାଯିବ।

ଏହାଛଡ଼ା ରୌପ୍ୟନଗରୀ କଟକରେ ମଧ୍ୟ ଜୋରଦାର ଚାଲିଛି ଜୋରଦାର ପ୍ରସ୍ତୁତି । ବାଲିଯାତ୍ରା ପଡ଼ିଆରେ ରାବଣପୋଡ଼ି ଉତ୍ସବ ପାଇଁ ଆୟୋଜନ ସରିଛି । ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ ବିଜୟା ଦଶମୀ । ମେଲାଣି ଦେବା ଆଗରୁ ଦଶମୀରେ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଉତ୍ସାହ। ରୀତିନୀତି ମୁତାବକ ବିଜୟା ଦଶମୀରେ ମା’ଙ୍କ ପଞ୍ଚ ଉପଚାର ପୂଜା ଓ ଏହା ପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି।

Advertisment

ପୂଜା ମଣ୍ଡପ ଗୁଡିକରେ ଏଥିପାଇଁ ସକାଳୁ ସକାଳୁ ଭକ୍ତଙ୍କ ଗହଳି ମଧ୍ୟ ଲାଗିଲାଣି। ଆଜିର ଦିନରେ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗିର ପରମ୍ପରା ମଧ୍ୟ ରହିଛି। ବଙ୍ଗୀୟ ପରମ୍ପରା ଅନୁସାରେ, ଆଜିର ଦିନରେ ମହିଳାମାନେ ମା’ଙ୍କୁ ସିନ୍ଦୁର ଲାଗି କରିବା ପରେ ସିନ୍ଦୁର ଖେଳରେ ମାତିଥାନ୍ତି।

Dussehra Durga Puja Raban Podi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ