ଅଦ୍ୟତନ ହୋଇଛି
Lord Ganesh
Advertisment
ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ଭଗବାନ ଗଣେଶଙ୍କ ସ୍ଥାପନା ଉଭୟ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳମୟ ବୋଲି ବିବେଚନା କରାଯାଏ।
Advertisment
ଚଳିତ ବର୍ଷ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପଡ଼ୁଛି।ଦେଶର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାକୁ ବହୁ ଧୁମ୍ଧାମ୍ରେ ପାଳନ କରାଯାଏ।୧୦/୧୧ ଦିନ ଧରି ଉତ୍ସବମୁଖର ହୋଇଥାଏ ବିଭିନ୍ନ ସହର। ତେଣୁ ଏହି ୧୦ ଦିନ ଉତ୍ସବ ସମୟରେ କ’ଣ କରିବା ଉଚିତ୍ ଓ କ’ଣ ଅନୁଚିତ୍ ଆସନ୍ତୁ ଜାଣିବା...
Also Read
Advertisment
- ପୂଜାଘର ସଫାକରିବା ପରେ ପ୍ରଭୁ ଗଣେଶଙ୍କୁ ପ୍ରଣାମ କରି ଧୂପ ଦେଇ ୨୧ ଦୂବ ଅର୍ପଣ କରି ବ୍ରତର ସଂକଳ୍ପ ନିଅନ୍ତୁ
- ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରଙ୍କ ଦର୍ଶନ କରିବା ବାରଣ କରାଯାଇଛି। ଯଦି ଆପଣ ଭୁଲ୍ରେ ଚନ୍ଦ୍ରଙ୍କ ଦର୍ଶନ କରି ଦେଇଛନ୍ତି, ତା’ହେଲେ ଭୂମିରୁ କିଛି ପଥର ଖଣ୍ଡ ଉଠାଇ ଏହାକୁ ପଛକୁ ଫିଙ୍ଗି ଦିଅନ୍ତୁ
- ଶ୍ରୀଗଣେଶଙ୍କ ପୂଜା ସମୟରେ ବ୍ଲ୍ୟୁ କିମ୍ବା କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହି ଦିନ ଲାଲ୍ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ
- ଭଗବାନ ଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ ନାହିଁ
- ଏହିଦିନ କାହାକୁ ବି ମିଛ କୁହନ୍ତୁ ନାହିଁ କି କାହାର କ୍ଷତି ପହଞ୍ଚାନ୍ତୁ ନାହିଁ। ଏହାଦ୍ୱାରା ଧନ ହାନୀ ହୋଇଥାଏ
- ଶ୍ରୀଗଣେଶଙ୍କ ପୁରୁଣା ମୂର୍ତ୍ତି ପୂଜା କରନ୍ତୁ ନାହିଁ କିମ୍ବା ଘର ଭିତରେ ଶ୍ରୀଗଣେଶଙ୍କର ୨ଟି ମୂର୍ତ୍ତି ରଖନ୍ତୁ ନାହିଁ
- ଅନ୍ଧାରରେ ଶ୍ରୀଗଣେଶଙ୍କର ଦର୍ଶନ କରିବା ଅଶୁଭ ବୋଲି କୁହାଯାଇଥାଏ
- ଶ୍ରୀଗଣେଶଙ୍କୁ ୨୧ଟି ବୁନ୍ଦି ଲଡୁ ପ୍ରଦାନ କରିବା ସହିତ ଶ୍ରଗଣେଶ ସ୍ତୋତ୍ର, ଅଥର୍ବଶିର୍ଷ, ସଙ୍କଟନାସକ ଗଣେଶ ସ୍ତୋତ୍ର ପାଠ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630920814.jpg)

