ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ ; ୧୨୬ ବର୍ଷରୁ ପାଳନ ହେଉଛି ଦିପୋଟି ମୋଲଣ

କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି ।

ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ

ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ ଦୋଳମେଳନ । ଉତ୍କଳୀୟ ପରମ୍ପରାରେ ଦୋଳ ପର୍ବ ଏକ ଆକର୍ଷଣୀୟ ପର୍ବ । ଦୋଳରେ ଅବିର ଖେଳ ସାଙ୍ଗକୁ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ଧରି ଶ୍ରଦ୍ଧାଳୁ ବୁଲିଥାନ୍ତି । ଦୋଳରେ ଗୋବିନ୍ଦଙ୍କୁ ଦର୍ଶନ କଲେ ପୁର୍ନଜନ୍ମ ପ୍ରାପ୍ତ ହୁଏ ବୋଲି ଜନମାନସରେ ବିଶ୍ୱାସ ରହିଛି ।

ଓଡ଼ିଶାର ପୁରପଲ୍ଲୀରେ ଦୋଳମେଳଣରେ ବେଶ ସ୍ୱତନ୍ତ୍ରତା ଥାଏ । ହେଲେ କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି । ବ୍ରିଟିଶ ଶାସନ ସମୟରେ ଜଣେ ଡେପୁଟି ଅଫିସରଙ୍କ ଦ୍ୱାରା ପ୍ରସିଦ୍ଧ ଦିପୋଟି ମେଳନ ଆରମ୍ଭ ହୋଇଥିଲା । କାଳକ୍ରମେ ତାହା ପାଳନ ହୋଇଆସୁଛି ।

ସୁସଜ୍ଜିତ ବିମାନ ଦୋଳ ମେଳଣ ପଡିଆକୁ ଆସିଥିଲେ । ପଡିଆକୁ କସର୍ଦା ଲକ୍ଷ୍ମୀ ନାରାୟଣଙ୍କ ପ୍ରବେଶ ପରେ ଅନ୍ୟ ଦୋଳ ପ୍ରବେଶ କରିଥିଲେ । ଦୋଳାଧିଶଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାୟ ୧୦ ଦିନ ଧରି ଚାଲିଥିବା ଯାତ୍ରା ଶେଷରେ ଉଦଯାପିତ ହୋଇଛି । ଦିନକୁ ଦିନ କଳା ସଂସ୍କୃତି ପରମ୍ପରାର ଅବକ୍ଷୟ ଘଟୁଥିଲା ବେଳେ ଏଠାରେ ଅଞ୍ଚଳବାସୀ ପରମ୍ପରାକୁ ଉଜୀବିତ କରି ରଖିଛନ୍ତି।

ଅନ୍ୟପକ୍ଷେ, କରୋନା ପାଇଁ ଦୁଇ ବର୍ଷ ଧରି ଭକ୍ତ ସମାଗମରେ କଟକଣା ଲାଗିଥିଲା । ହେଲେ ଚଳିତବର୍ଷ କଟକଣା କୋହଳ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।