Do not do this work during worship on the day of Mahashivratri
ଆଜି ମହାଶିବରାତ୍ରୀ। ଭଗବାନ ଶିବଙ୍କର ପ୍ରିୟ ଦିନ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭୋଳାନାଥଙ୍କୁ ଆନ୍ତରିକତାର ସହିତ ପୂଜା କଲେ ସମସ୍ତ ଅସୁବିଧା ଦୂର ହୋଇଯାଏ ଏବଂ ସମସ୍ତ ଇଚ୍ଛା ପୂରଣ ହୁଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଭଗବାନ ଶିବଙ୍କ ପରିବାରକୁ ଏହି ଦିନ ପୂଜା କରାଯାଏ। ଏହି ଦିନ ଭୋଳାନାଥକୁ ଚନ୍ଦନ, ଅକ୍ଷତ, ବେଲପତ୍ର, ଦୁଦୁରା ଫୁଲ ଏବଂ ଅରଖ ଫୁଲ ଅର୍ପଣ କରାଯାଇଥାଏ।
ତେବେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ପୂଜାପାଠ ସମୟରେ ତାଙ୍କୁ କେବଳ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯିବା ଉଚିତ। କେବଳ ଏତିକି ନୁହେଁ, ଏହି ଦିନ ଘିଅ, ଚିନି ଏବଂ ଗହମ ଅଟାରେ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରାଯିବା ଉଚିତ ବୋଲି କୁହାଯାଏ। ପୂଜା ବେଳେ ଧୂପ ଓ ଦୀପ ସହିତ ଆରତୀ ମଧ୍ୟ କରାଯାଏ। ପ୍ରଭୁ ଶିବଙ୍କୁ ଗାଇର କଞ୍ଚା କ୍ଷୀର ଅର୍ପଣ କରାଯିବା ଉଚିତ ବୋଲି ବିଶ୍ୱାସ କରାଯାଏ। ଏ ସବୁ କରିଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୁଏ।
ତେବେ ଅନେକ ହୁଏତ ଜାଣି ଥିବେ ଭଗବାନ ଶିବଙ୍କୁ ଅନେକ ଜିନିଷ ଅର୍ପଣ କରାଯାଏ ନାହିଁ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହିଦିନ ଭୋଳେନାଥକୁ କିଛି ଜିନିଷ ଭୁଲ୍ରେ ବି ପ୍ରଦାନ କରାଯିବା ଉଚିତ ନୁହେଁ। ଏପରି ହେଲେ ଉପାସନା ଫଳ ପାଇବା ପରିବର୍ତ୍ତେ କ୍ଷତି ସହିବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଶଙ୍ଖ:
ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ଶଙ୍ଖ ଅର୍ପଣ କରିବେ ନାହିଁ। କାରଣ ଭଗବାନ ଶିବଙ୍କ ଦ୍ୱାରା ଶଙ୍କଚୂଡ ନାମକ ଏକ ଅସୁରର ବଦ୍ଧ କରାଯାଇଥିବା।
କୁମ୍କୁମ୍:
କୁମ୍କୁମ୍ ବା ରୋଲିକୁ ମଧ୍ୟ ଭଗବାନ ଶିବଙ୍କ ଉପରେ ଲଗାଇବା ଉଚିତ ନୁହେଁ।
ତୁଳସୀ ପତ୍ର:
ବିଶ୍ୱାସ କରାଯାଏ ଯେ ତୁଳସୀ ପତ୍ର ମଧ୍ୟ ଭୋଳେନାଥଙ୍କୁ ଦିଆଯିବା ଉଚିତ ନୁହେଁ। କିମ୍ବଦନ୍ତୀ ଅନୁଯାୟୀ, ଜଲନ୍ଦରଙ୍କ ପତ୍ନୀ ବୃନ୍ଦା ତୁଳସୀରେ ପରିଣତ ହୋଇଥିଲେ। ଭଗବାନ ଶିବ ଜଲନ୍ଦରଙ୍କୁ ହତ୍ୟା କରିଥିଲେ। ଏହି କାରଣରୁ ଶିବ ପୂଜାରେ ତୁଳସୀ ପତ୍ର ବ୍ୟବହାର ନ କରିବାକୁ ବୃନ୍ଦା କହିଥିଲେ। ଅନ୍ୟଏକ ବିଶ୍ୱାସ ଅନୁସାରେ ତୁଳସୀଙ୍କୁ ଭଗବାନ ବିଷ୍ଣୁ ପତ୍ନୀ ଭାବରେ ଗ୍ରହଣ କରନ୍ତି।
ନଡ଼ିଆ ପାଣି:
ନଡିଆ ଶିବଙ୍କ ପାଖରେ ଭୋଗ ହେଉଥିଲେ ବି ଭଗବାନ ଶିବଙ୍କୁ ଭୁଲରେ ବି ନଡ଼ିଆ ପାଣିରେ ଅଭିଷେକ କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୁଏ।
ଫୁଲ:
ଭଗବାନ ଶିବଙ୍କ ପୂଜାଏ କେତକୀ ଓ ସପୁରୀ ଫୁଲ ବ୍ୟବହାର କରିବା ନିଷେଧ। ଏହାସହିତ ଶିବଙ୍କର କନିଅର୍ ଓ ପଦ୍ମ ଫୁଲ ବ୍ୟତୀତ ଲାଲ୍ ରଙ୍ଗର ଫୁଲ ମଧ୍ୟ ପ୍ରିୟ ନୁହେଁ।
ହଳଦୀ:
ଏହା ମଧ୍ୟ ମନେରଖନ୍ତୁ ଯେ ଭଗବାନ ଶିବଙ୍କୁ କେବେବି ହଳଦୀ ଅର୍ପଣ କରିବେ ନାହିଁ। କାରଣ ଏହା ଭଗବାନ ବିଷ୍ଣୁ ଓ ନାରୀମାନଙ୍କ ସହିତ ଜଡିତ। ଏହା କରିବା ଦ୍ୱାରା ଚନ୍ଦ୍ରମା ଦୋଷ ଲାଗେ। ଫଳରେ ମନ ଚଞ୍ଚଳ ହୁଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646065307.jpg)