Devotees take holy dip at Chandrabhaga on the occasion of Magha Saptami
ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ଚଳିତ ବର୍ଷ କରୋନା କଟକଣା ନ ଥିବାରୁ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ହୋଇଛି। ଗତକାଲି ଷଷ୍ଠୀ ସନ୍ଧ୍ୟାରେ ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଏବଂ ଐଶାନେଶ୍ୱର ମହାପ୍ରଭୁ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଭୋଗ ଖାଇବା ସହ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ।
ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଏଥିପାଇଁ ଗତକାଲି ରାତିରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳା ପଡିଆରେ ଅସ୍ଥାୟୀ କୁଡିଆ କରି ରାତ୍ରି ଯାପନ କରିଥିଲେ। ଏଠାରେ ମାଟି ହାଣ୍ଡିରେ ରୋଷେଇ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ।
ପିଣ୍ଡଦାନ ପରେ ମାଟିହାଣ୍ଡିକୁ ହାଣ୍ଡି ବାଡ଼ିଆ ପୋଖରୀରେ ଭାଙ୍ଗିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଆଜି ଦିନକ ପାଇଁ ଶ୍ରଦ୍ଧାଳୁଙ୍କ ସକାଶେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1674872495.jpg)