Advertisment

କାଲି ରାଜ୍ୟରେ ପାଳନ ହେବ ରଙ୍ଗର ପର୍ବ ହୋଲି, ଫଗୁ ଅବିରରେ ରଙ୍ଗିନ ହେବ ଗାଁଠୁ ସହର

କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।

undefined

Dola Purnima

Advertisment

ଦୋଳ ବେଦୀରେ ଚଳନ୍ତି ଜଗନ୍ନାଥ ଦୋଳ ଗୋବିନ୍ଦ । ଘଣ୍ଟ ଘଣ୍ଟା, ଖୋଳ କରତାଳ, ନାମ ସଂକୀର୍ତ୍ତନ ଓ ମୃଦଙ୍ଗ ନାଦ ସହ ବର୍ଷୁଛି ଅବିର, ବର୍ଷୁଛି ରଙ୍ଗ । ଭିଜୁଛି ଭକ୍ତ, ଭିଜୁଛନ୍ତି ଭଗବାନ। ପୁରୀ ଶ୍ରୀକ୍ଷେତ୍ରରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି । ବିମାନରେ ବିରାଜିତ ହୋଇ ଦୋଳବେଦୀକୁ ଯିବା ବାଟରେ ଅବିର ଖେଳରେ ଭକ୍ତଙ୍କ ସହ ଏକାକାର ହୋଇଛନ୍ତି ଭଗବାନ । ରାଜ୍ୟପାଳ ରଘୁବର ଦାସ ବି ମହାପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ସିଂହଦ୍ୱାର ସାମ୍ନାର ଏ ଅପୂର୍ବ ଦୃଶ୍ୟ ଦେଖି ବିହ୍ୱଳ ହୋଇଛନ୍ତି। ଏଣେ ସିଂହାସନରେ ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ।

Advertisment

କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ । ହେଲେ କଟକ ମାହାଙ୍ଗାର ଓଳକଣାର ଏ ମେଲଣ ପର୍ବ କିନ୍ତୁ ବେଶ୍ ନିଆରା । କାରଣ ଏଠି ଭକ୍ତମାନେ ନିଜ ହାତରେ ରାଧାକୃଷ୍ଣଙ୍କୁ ଭୋଗ ଲଗାନ୍ତି। ସେହିପରି ବଲାଙ୍ଗିରରେ ଯାଦବଙ୍କ ବାଡ଼ିଖେଳ ଓ କଟକ ଆଠଗଡ଼ ଗଡ଼ଜାତରେ ରାଜଦୋଳ ସହ ଅଗ୍ନି ଉତ୍ସବରେ ମଜିଛନ୍ତି ଭକ୍ତ ଓ ଦେଖଣାହାରୀ ।

ଏପଟେ ରଙ୍ଗର ପର୍ବ ହୋଲିକୁ ନେଇ ଝୁମି ଆସିଲାଣି ପରିବେଶ। ରଙ୍ଗ ଓ ଫଗୁର ପସରାରେ ଭରି ଗଲାଣି ଦୋକାନବଜାର। ତେବେ ରାସାୟନିକ ରଙ୍ଗ ଅପେକ୍ଷା, ହର୍ବାଲ୍ କଲର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ।

Advertisment

ଅପରପକ୍ଷେ ସମଗ୍ର ଉତ୍ତର ଓ ଦକ୍ଷିଣ ଭାରତରେ ଆଜି ଖୁବ୍ ଧୁମ୍‌ଧାମରେ ପାଳନ ହୋଇଛି ହୋଲି । ୨୪ ନିର୍ବାଚନୀ ପାଗଭିଡ଼ା ଭିତରେ ରାଜନୀତିରେ ବି ଲାଗିଛି ରଙ୍ଗର ଛିଟା । ପର୍ବ ପାଳନରେ ଏକାକାର ହୋଇଛନ୍ତି ନେତା ଜନତା । ଗୁଜରାଟ ଗାନ୍ଧିନଗରରେ ବିଜେପି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ହୋଲି ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସାମିଲ ହୋଇଥିଲା ବେଳେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ହୋଲି ମନାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।

Srimandir Holi Celebration Dola Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ