Advertisment

ଆଜି ପବିତ୍ର ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ।

Samba Dashami

Samba Dashami

Advertisment

ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।

Advertisment

ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ। ତେଣୁ ଏହ ପବିତ୍ର ଦିନରେ ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇଁ ପ୍ରତ୍ୟୁଷରେ ସୁର୍ଜ୍ୟପୂଜା କରି ପୋଡା, କାକରା ପିଠା ଲାଗି କରିଛନ୍ତି ।

ଏହି ପବିତ୍ର ଦିନରେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ପାଞ୍ଚଦିନନ ବ୍ୟାପୀ ସୌର ମାହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।

Advertisment

ପରମ୍ପରା ଅନୁଯାୟୀ ଆଜି ସକାଳୁ ହୋମ ଓ ସ୍ଵତନ୍ତ୍ର ନୀତି ସମ୍ପର୍ଣ୍ଣ କରାଯାଇଛି। କଳସ ସ୍ଥାପନ ପରେ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୂଢ କରାଯିବ। ରଥ ଉପରେ କାକରା,୧୦୮ ବରା ଓ ପୋଡପିଠାଲାଗି ପରେ ମଠ ମହନ୍ତ ଛେରା ପହରା କରିବା ପରେ ସକାଳ ୯ଟା ପରେ ରଥ ଟଣା ଅନୁଷ୍ଠିତ ହେବ।

Chandrabhaga Samba Dashami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ