Advertisment

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ: ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ

୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ।

ଅଦ୍ୟତନ ହୋଇଛି
Deva Snana Purnima 2023

Deva Snana Purnima 2023

Advertisment

ଆଜି ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି।

Advertisment

ଏଥର ଭୋର ୪ଟାରୁ ପହଣ୍ଡି ହୋଇଥିବା ବେଳେ, ଦିନ ସାଢ଼େ ୧୧ଟାରେ ଜଳଲାଗି ପାଇଁ ନୀତି ସ୍ଥିର ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ହାତୀବେଶ ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସୁରକ୍ଷାରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପାରମାଣିକ ଟିକେଟର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ।

ସେପଟେ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା କରିଛନ୍ତି। ୧ମିନିଟ ଅବଧିର ଏହି ଭିଡିଓରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ,ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କ ସ୍ନାନବେଦୀ ଉପରେ ଥିବା ନୀତିକାନ୍ତିଙ୍କୁ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି । ସ୍ନାନନୀତି ପରେ ଶ୍ରୀଜିଉଙ୍କ ହାତୀବେଶକୁ ମଧ୍ୟ ଅତି ନିଖୁଣ ଭାବେ ପ୍ରସ୍ତୁତ କରିଛନ୍ତି ମାନସ । ୧ ମିନିଟର ଏ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ