Advertisment

ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର?

ଅଦ୍ୟତନ ହୋଇଛି
undefined

Baliyatra

Advertisment

କୋଲକାତାର ଦୁର୍ଗାପୂଜା ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପରେ ଓଡ଼ିଶାର ଐତିହାସିକ ବାଲିଯାତ୍ରାକୁ ମିଳିବ କି ସମାନ ମଯର୍ୟାଦା? ନିକଟରେ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଜି ଟ୍ୱେଣ୍ଟି ଡିଜିଟାଲ ଇକୋନମି ମିନିଷ୍ଟର୍ସ ମିଟିଂରେ ଓଡ଼ିଶାର ବାଲିଯାତ୍ରା ପ୍ରସଙ୍ଗ ଉଠାଇ ଏ ପ୍ରସଙ୍ଗ ଉଜ୍ଜିବିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ଇଣ୍ଡୋନେସିଆ ସହ ଭାରତର ସଂପର୍କ ଏବଂ ବାଲିଯାତ୍ରାର ଗୁରୁତ୍ୱକୁ ଉତ୍‌ଥାପନ କରିଥିବାରୁ ବିଶ୍ୱ ଐତିହ୍ୟ ତାଲିକାରେ ବାଲିଯାତ୍ରା ବି ସାମିଲ ହେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜରୁରୀ ବୋଲି ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇଛି ।

Advertisment

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର? ନିକଟରେ ଦକ୍ଷିଣ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ବାଲି ସହରରେ ଆୟୋଜିତ ଜି ଟ୍ୱେଣ୍ଟି ଡିଜିଟାଲ ଇକୋନମି ମିନିଷ୍ଟର୍ସ ବୈଠକରେ ଓଡ଼ିଶାର ଐତିହାସିକ ବାଲିଯାତ୍ରା କଥା ଉଠାଇ ଏ ପ୍ରସଙ୍ଗକୁ ଉଜ୍ଜିବୀତ କରିଛନ୍ତି ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଶହ ଶହ ବର୍ଷର ବ୍ୟବସାୟ ଓ ବାଣିଜି୍ୟକ ସମ୍ପର୍କକୁ ସ୍ମୃତିକୁ ସାଇତି ରଖିଥିବା କଥା କହିଛନ୍ତି ବୈଷ୍ଣବ ।

ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ବାଲିଯାତ୍ରାରେ ସାମିଲ ହେଉଥିବା ବେଳେ ଦୁଇ ଦେଶ ମଧ୍ୟରେ ନୌବାଣିଜ୍ୟ ସମ୍ପର୍କର ଗାଥା ବଜାୟ ରଖିବାକୁ ଏହି ଯାତ୍ରା ଉତ୍ସର୍ଗୀକୃତ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସେହିଭଳି ଏ ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଲିଯାତ୍ରାକୁ ବାଲି ଓ ଓଡ଼ିଶା ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସମ୍ପର୍କର ସେତୁ ବୋଲି ବର୍ଣ୍ଣନା କରିଥିଲେ ।

Advertisment

ତେବେ ଐତିହାସିକ ବାଲିଯାତ୍ରାର ଗୁରୁତ୍ୱ ଓ ମହତ୍ୱକୁ ଆହୁରି ଆଗକୁ ନେବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଦରକାର । ବିଭିନ୍ନ ବ୍ୟକ୍ତି, ସଂଗଠନ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଚଳିତ ବର୍ଷ ବାଲିଯାତ୍ରା ପଇଆରେ ସ୍ୱତନ୍ତ୍ର ଭାବେ ଇଣ୍ଡୋନେସିଆ ଏନକ୍ଲୋଜରର ବ୍ୟବସ୍ଥା ହେବାକୁ ଯାଉଛି । ଯେଉଁଠାରେ ଇଣ୍ଡୋନେସିଆ ଓଡ଼ିଶା ସହ ତାର ସମ୍ପର୍କର ସ୍ମୃତି ପ୍ରଦର୍ଶନ କରପାରିବ ବୋଲି ବାଲିଯାତ୍ରା କମିଟିର ଅଧ୍ୟକ୍ଷ ଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।

ଗତ ବର୍ଷ ଡିସେମ୍ବରରେ କୋଲକାତାର ଦୁର୍ଗାପୂଜା ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପୂର୍ବରୁ ୨୦୧୭ରେ ଭାରତର କୁମ୍ଭମେଳାକୁ ମଧ୍ୟ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିଲା । ତେଣୁ ବାଲିଯାତ୍ରା ପାଇଁ ବି ସ୍ୱର ଦୃଢ଼ ହେଲେ, ଏହା ବିଶ୍ୱ ସମୁଦାୟ ନିକଟରେ ପହଞ୍ଚି ପାରିବ, ଏଥିରେ ସନ୍ଦେହ ନାହିଁ ।

Advertisment

ରିପୋର୍ଟର- କଟକରୁ ଦେବାଶିଷ ମହାନ୍ତି ଓ ଆଠଗଡ଼ରୁ ନୀଳକଣ୍ଠ ଦୋରା

Ashwini Vaishnaw Bali Jatra Baliyatra 2022 UNESCO Tag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ