ଚାନ୍ଦା ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ - କଟକ ଡିସିପି

ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ, ଗାଡ଼ି ମାଲିକ ତଥା ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଏ

Representative image

News Summary

ପାର୍ବଣ ସମୟକୁ ଦୃଷ୍ଟିରେ ରଖି ସତର୍କ କରାଇଲେ କଟକ ଡିସିପି

ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ ଅପିଲ୍ କଲେ

ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ସୂଚନା ଦେବାକୁ କହିଲେ ଡିସିପି

କଟକ : ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ, ଗାଡ଼ି ମାଲିକ ତଥା ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଏ । ଚାନ୍ଦା ପାଇଁ ଲୋକେ ଅନେକ ହଇରାଣ ହରକତ ହୁଅନ୍ତି । ଏହାକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତେବେ ଚଳିତ ପାର୍ବଣ ଋତୁରେ କେହି ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି ଡିସିପି । ଏହାସହ ସୂଚନାକାରୀଙ୍କ ନାଁକୁ ଗୋପନ ରଖାଯିବ ବୋଲି କହିଛନ୍ତି କଟକ ଡିସିପି ।

ସେପଟେ ମା ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି କଟକର ସମସ୍ତ ପୂଜା ମଣ୍ଡପ । ନଡା ବନ୍ଧା ପରେ ଏବେ ମଣ୍ଡପ ଗୁଡିକରେ ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏକ ମାଟିଆ କାମ ସରି ଦୋ ମାଟିଆ କାମ ଆରମ୍ଭ ହୋଇଛି । ସରକାରଙ୍କ ପାର୍ବଣ କଟକଣା ଯୋଗୁଁ ଆଡମ୍ବର ନଥିବାରୁ କେବଳ ବିଧି ମୁତାବକ ପୂଜା ପାଳନ କରିବା ପାଇଁ ସ୍ଥିର କରିଛନ୍ତି ପୂଜା କମିଟି । ତେଣୁ ସୁନା ଚାନ୍ଦିର ମେଢ ଏବଂ ଆଭୂଷଣ ବ୍ୟବହାର ହୋଇପାରୁନାହିଁ । ଯାହାକୁ ନେଇ ପୂଜା କମିଟି କର୍ମକର୍ତ୍ତା ମାନେ ମନ ଉଣା କରିଛନ୍ତି ।

ଏଥର ୪ ଫୁଟ୍ ଭିତରେ ମୂର୍ତ୍ତି ହେଉଥିବାରୁ ପ୍ରଭାବିତ ହୋଇଛନ୍ତି ଚାନ୍ଦି କାରିଗର । ଦଶହରାରେ ଚାନ୍ଦି ମେଢ଼ ଏବଂ ମା ଙ୍କ ସୁନା ଓ ଚାନ୍ଦି ର ଗହଣା ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ କାରିଗର ମାନେ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି ।