Advertisment

ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

curfew in puri

Advertisment

ପୁରୀ: ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଯେମିତି ଛାତ ଉପରୁ ରଥ ଦେଖିବା ମନା ଥିଲା, ବାହୁଡ଼ା ଯାତ୍ରାରେ ମଧ୍ୟ ସେହି ନିୟମ ଲାଗୁ ହେବ। ଅନ୍ୟପକ୍ଷେ, ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ରଥର ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିରର ଜୟ ବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାର ସ୍ଥିତ ଶରଧାବାଲିରେ ବିଜେ କରିବେ। ସେବାୟତ ଓ ପୋଲିସ କର୍ମଚାରୀ ରଥର ଦକ୍ଷିଣ ମୋଡ଼ କରାଇବେ। ଏପଟେ ତିନି ରଥରେ ଦେଖାଦେଇଥିବା ସାମାନ୍ୟ ଫାଟକୁ ମରାମତି କରାଯାଇଛି। ଏହାସହ ବୈଷୟିକ କମିଟି ଯାଞ୍ଚ କାର୍ଯ୍ୟ ଶେଷ କରିଛନ୍ତି।

ରଥଯାତ୍ରା ପରଠୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥାନ୍ତି। ତେବେ ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ସ୍ୱରୂପ ତିନି ରଥକୁ ଦକ୍ଷିଣ ମୋ଼ଡ଼ କରାଯାଇ ସୁସଜ୍ଜିତ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି। 

Advertisment

ଅନ୍ୟପକ୍ଷେ, ଗତକାଲି ରାତିରେ ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣିନଥିବାରୁ ଅଭିମାନିନୀ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିର ଫେରିବା ସମୟରେ ଭାଙ୍ଗି ଥିଲେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କାଠ। ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜ୍ଜରିତ ହୋଇ ନନ୍ଦିଘୋଷ ରଥର ହଂସପଟାର କିଛି ଅଂଶ ଭାଙ୍ଗିଥିଲେ ଅଭିମାନିନୀ ମା’ ମହାଲକ୍ଷ୍ମୀ।

Advertisment
Puri Bahuda Yatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ