Advertisment

ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ

ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି।

ଅଦ୍ୟତନ ହୋଇଛି
Akshaya Tritiya 2024

Akshaya Tritiya

Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା।ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ।

Advertisment

ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବ। ତା ପରେ ବ୍ରାହ୍ମଣ ମାନେ କୁରାଢିରେ କାଠକୁ ଛୁଇଁବେ। ସମସ୍ତ ମହାରଣା ଓ ଭୋଇ ସର୍ଦ୍ଦାର, ରୂପକାର, ଚିତ୍ରକାର, ମୁଖ୍ୟ ସେବାୟତଙ୍କୁ ଶାଢି ବନ୍ଧାଯିବ। ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ନିର୍ମାଣ ବିଧି। ଆଉ ଚଳଚଞ୍ଚଳ ହୋଇପଡିବ ରଥଖଳା। ସେହିପରି ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି।

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟାର ଶୁଭ ଦିନରେ ଆରମ୍ଭ ହୁଏ ରଥ ନିର୍ମାଣ; ଜାଣନ୍ତୁ କେଉଁ କେଉଁ କାଠ ଲାଗେ

Advertisment

ସେହିପରି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଏହା ହେଉଛି ଶୀତଳଷଷ୍ଠୀର ଆଦ୍ୟ ପର୍ବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ।

ବିଭିନ୍ନ ମନ୍ଦିରର ଶୀତଳଷଷ୍ଠୀ ଯାତ୍ରା କମିଟି ଯାତ୍ରା ପାଇଁ ଦାନ ସଂଗ୍ରହ କାମ ଆରମ୍ଭ କରିବେ। ଏଥିସହିତ ଚୟନ ହୋଇଥିବା ନୂଆ କନ୍ୟା ପିତା ମାତା ମଧ୍ୟ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଶୀତଳଷଷ୍ଠୀ ପାଇଁ ଥାଳ ଉଠାର ପରମ୍ପରା ରହି ଆସିଛି।

Advertisment
Akshay Tritiya Chandan Jatra Sitala Sasthi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ