commissionerate police issued traffic guidelines for cuttack durga puja bhasani
ଆସନ୍ତାକାଲି ସିଲଭର୍ ସିଟି କଟକରେ ଦୁର୍ଗାପୂଜା ଭସାଣି । ହେଲେ ତା’ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ରାସ୍ତାରେ ଯାନବାହାନ ଚଳାଚଳ ନେଇ ଗାଇଡଲାଇନ୍ ଜାରି କରାଯାଇଛି । କାଲି ସକାଳ ୭ ଘଟିକା ଠାରୁ ୨୬ ତାରିଖ ଦୁର୍ଗାପୂଜା ଭସାଣି ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା । ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ମନା। ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।
ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ମନା । ମେଢ଼ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଯାଇପାରିବ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।
ଜାଣନ୍ତୁ, ଭସାଣି ବେଳେ କଟକରେ କେଉଁ ରାସ୍ତା ଦେଇ ଯିବେ....
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1698120516.jpg)
Durga Puja Bhasani Guidelines/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698120025.jpg)