Chitalagi Amabasya 2023, Chitau Pitha
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଏହି ଜଗନ୍ନାଥଙ୍କ ପ୍ରେମରେ ବନ୍ଧା ପ୍ରତ୍ୟେକ ଓଡ଼ିଆଙ୍କ ସକାଳ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇ ଜଗନ୍ନାଥରେ ହିଁ ସରେ। ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆର ପ୍ରାଣ ବାୟୁ। ଏଠି ଯାହା କିଛି ହୁଏ ସବୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ। ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କୁ ନେଇ।
ଆଜି ଚିତାଲାଗି ଅମାବାସ୍ୟା। ପ୍ରତିବର୍ଷ ଶ୍ରୀମନ୍ଦିରରେ ଚିତାଲାଗୀ ଅମାବାସ୍ୟା ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ଏକ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମଥାରେ ଚିତା ଲାଗି କରାଯାଏ।
ଅଧିକ ପଢ଼ନ୍ତୁ: ଆଜି ଚିତାଲାଗି ଅମାବାସ୍ୟା, ଜାଣନ୍ତୁ ପାଣିକୁ କାହିଁକି ପକାଯାଏ ପିଠା…
ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଓଡ଼ିଶାର ଚାଷୀ ଲୋକ ଏହି ଦିନ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି ଆଉ ପାଣିରେ ପକେଇ ଥାଆନ୍ତି। କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି।
ତେବେ ଆଜି ଚିତାଲାଗି ଅମାବାସ୍ୟା ଥିବାରୁ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ସାମଗ୍ରୀ:
- ୨୦୦ ଗ୍ରାମ ଚାଉଳ
- ଗୋଟିଏ ନଡ଼ିଆ
- କପେ କ୍ଷୀର
- ଗୋଟେ ଚାମଚ ଲୁଣ
- ଗୋଟେ ଚାମଚ ଚିନି
କିପରି କରିବେ ରୋଷେଇ:
- ଚାଉଳକୁ ୧ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ନଡ଼ିଆକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ
- ଚାଉଳକୁ ଭଲ ଭାବରେ ଧୋଇ ଚାଉଳ ଏବଂ କଟା ନଡ଼ିଆ ଖଣ୍ଡକୁ ମିଶାଇ ଦିଅନ୍ତୁ
- ତା’ପରେ କିଛି କ୍ଷୀର ମିଶାଇ ଏହାକୁ ମଧ୍ୟମ ଧରଣର ଗ୍ରାଇଣ୍ଡ୍ କରି ଆଣ ପ୍ରସ୍ତୁତ କରନ୍ତୁ
- ସେହି ଆଣକୁ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ
- ତାୱାକୁ ଚୁଲାରେ ବସେଇ ଗରମ କରନ୍ତୁ
- ଏହା ଉପରେ ଘିଅ କିମ୍ବା ତେଲ ମାରନ୍ତୁ
- ଏକ ପୂର୍ଣ୍ଣ ଚାମଚ ଆଣ ନେଇ ତାୱା ଉପରେ ଢାଳନ୍ତୁ
- ଏକ ଢାଙ୍କୁଣୀରେ ଏହାକୁ ଘୋଡେଇ ଦିଅନ୍ତୁ
- ମଧ୍ୟମ ନିଆଁରେ ରାନ୍ଧନ୍ତୁ
- ୫ ମିନିଟ୍ ପରେ ଢାଙ୍କୁଣୀ କାଢନ୍ତୁ
- ବର୍ତ୍ତମାନ ପିଠା ପ୍ରସ୍ତୁତ
- ପିଠାକୁ ତାୱାରୁ ବାହାର କରନ୍ତୁ
- ଏହାକୁ ଆପଣଙ୍କର ପ୍ରିୟ ତରକାରୀ କିମ୍ବା ମିଠା ସହିତ ପରିବେଷଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689517687.jpg)