Pana Jatra
ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଚିଲିକା ଟାପୁ ମଝିରେ ପଣାଯାତ୍ରା। ଚଳିତବର୍ଷ ଏହି ଯାତ୍ରା ସପ୍ତାହେ ଧରି ଚାଲିବ। ଏଠାରେ ହରିହରଙ୍କ ମହାମିଳନ ଦେଖିବାକୁ ଲକ୍ଷାଧିକ ସଂଖ୍ୟାରେ ଜନସମାଗମ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୩୫ଟି ଗାଁ ମିଳିତ ଭାବେ ଏହି ଯାତ୍ରାର ଆୟୋଜନ କରିଥାନ୍ତି। ...
ଭାଇଚାରା ଓ ପରମ୍ପରାର ପର୍ବ ଚିଲିକା ପଣାଯାତ୍ରା । ଓଡିଆ ନବବର୍ଷ ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଏହି ଯାତ୍ରା । ବାଲିଯାତ୍ରା ଭଳି ଏଠାରେ ମଧ୍ୟ ଅନେକ ଦୋକାନ ବଜାର ପଡେ । ଏଠାରେ ମୁଖ୍ୟ ଆକର୍ଷଣ ହର ଏବଂ ହରିଙ୍କର ମହାମିଳନ । ଏହି ପର୍ବ ଅବସରରେ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ସ୍ୱଚ୍ଛାସେବୀ ସଙ୍ଗଠନ ଦ୍ୱାରା ୭ଦିନ ପର୍ଯ୍ୟନ୍ତ ମାଗଣାରେ ପଣା ବଣ୍ଟନ କରାଯାଏ l
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି କୋଣରୁ କମିଟି ପକ୍ଷରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଭସାପୋଲର ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ ନକରି ୭ଦିନ ଚଳାଇବା ପାଇଁ ଅନୁରୋଧ କରାଯାଇଛି । ଯାତ୍ରା ପଡିଆରେ ପରିମଳ ସୁପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦର୍ଶକଙ୍କର ଆକର୍ଷଣର କେନ୍ଦବିନ୍ଦୁ ପାଲଟିଛି ଚିଲିକା ଟାପୁ ମଧ୍ୟରେ ହେଉଥିବା ପଣାଯାତ୍ରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681629552.jpg)