Advertisment

ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ ! ଆମିଷ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍

ଛାଡ଼ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ....ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍, ମଟନ୍ କିଣୁଛନ୍ତି ଲୋକେ

ଅଦ୍ୟତନ ହୋଇଛି
Chhada Khai Festival 2023

Chhadakhai

Advertisment

ସରିଛି ଧର୍ମ ମାସ କାର୍ତ୍ତିକ। ଆଜି ହେଉଛି ଛାଡଖାଇ। ମଙ୍ଗଳବାର ଥିବାରୁ ଛାଡଖାଇ ବେଶ୍ ଜମିବ ବୋଲି ଆଶା ରଖାଯାଇଛି। ଛାଡଖାଇ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଦେଖିବାକୁ ମିଳିଛି। ଆମିଷ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ରହିଛି। ମାସକ ଯାକ ପାଟିରେ ଟିକେ ଆମିଷ ବାଜି ନଥିବାରୁ ଆଜି ଘରକୁ ଭଳିକି ଭଳି ଆମିଷ ନିଆଯିବାକୁ ଯୋଜନା କରିଛନ୍ତି ଲୋକେ। ଭିନ୍ନ ଭିନନନ ପ୍ରକାରର ମାଛ, ଚିଙ୍ଗୁଡ଼ି, ପାମ୍ପଲେଟ, କଙ୍କଡ଼ା, ଚିକେନ୍, ମଟନ୍ କିଣିବାକୁ ଲୋକେ ସକାଳୁ ମାର୍କେଟରେ ପହଞ୍ଚିଲେଣି। ...

Advertisment

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି। ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି। ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି। ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା। ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା। ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

ଅଧିକ ପଢ଼ନ୍ତୁ: ଛାଡଖାଇର ମାନେ କ’ଣ ଆମିଷ ଖାଇବା, ନା ଆଉ କିଛି…

କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ। ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା। ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି। ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ। କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ।

Advertisment

ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ଆମିଷ ଖାଇବାର ସବୁଠାରୁ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ