• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଜଣାଯାଏ। ଏହା ଅସ୍ୱାଭାବିକ ଭାବେ ଲାଲ ରକ୍ତ କଣିକା ଉତ୍ପାଦନ କରିଥାଏ ଏବଂ ରକ୍ତହୀନତା ସୃଷ୍ଟି କରିଥାଏ, ଯାହା ବ୍ୟକ୍ତିକୁ ଏକ ଗମ୍ଭୀର ସ୍ଥିତିକୁ ନେଇଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଥାଲାସେମିଆ ଇଣ୍ଡିଆର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ପ୍ରାୟ ୧୦ ହଜାର ପିଲା ବିଟା ଥାଲାସେମିଆ ରୋଗରେ ଜନ୍ମ ହୁଅନ୍ତି। କେତେକ ପରିସଂଖ୍ୟାନ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାର ୩.୪ ପ୍ରତିଶତ ଥାଲାସେମିଆରେ ପୀଡିତ। ଏହି ପରିସଂଖ୍ୟାନ ସତ୍ତ୍ୱେ ଭାରତ ସମେତ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଥାଲାସେମିଆ ବିଷୟରେ ଆବଶ୍ୟକ ତଥ୍ୟର ଅଭାବ ରହିଛି।

ରକ୍ତ ବ୍ୟାଧି ଥାଲାସେମିଆର ଗମ୍ଭୀରତା ଏବଂ ଏହାର ପରିଚାଳନା ତଥା ଚିକିତ୍ସା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୮ ମେ’ରେ 'ବିଶ୍ୱ ଥାଲାସେମିଆ ଦିବସ' ଏକ ନୂତନ ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଥିମ୍ ହେଉଛି “ଜୀବନକୁ ସଶକ୍ତ କରିବା, ପ୍ରଗତିକୁ ଆଲିଙ୍ଗନ କରିବା: ସମସ୍ତଙ୍କ ପାଇଁ ନ୍ୟାୟସଂଗତ ଏବଂ ସୁଲଭ ଥାଲାସେମିଆ ଚିକିତ୍ସା।”

ଥାଲାସେମିଆର ମୁଖ୍ୟ ଲକ୍ଷଣ:

  • ଥାଲାସେମିଆର କେତେକ ମୁଖ୍ୟ ଲକ୍ଷଣ ଯାହା ୬ ମାସରୁ ପିଲାମାନଙ୍କଠାରେ ଦେଖାଯିବା ଆରମ୍ଭ କରେ
  • ଶରୀରରେ ରକ୍ତ ଅଭାବ
  • ନଖ ଏବଂ ଜିଭ ହଳଦିଆ ପଡିବା
  • ଅସ୍ଥି ବିକୃତି
  • ଶାରୀରିକ ବିକାଶରେ ମନ୍ଥରତା କିମ୍ବା ବନ୍ଦ ହେବା
  • କମ୍ ଓଜନ ଏବଂ ପୁଷ୍ଟିହୀନତା
  • ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା
  • ପେଟ ଫୁଲିବା ଏବଂ ମୂତ୍ର ସମସ୍ୟା ଇତ୍ୟାଦି

ଏଭଳି ସମସ୍ୟାରେ ପୀଡିତ ପିଲାମାନଙ୍କର ବାପାମାଆ ସାରା ଜୀବନ ଚିନ୍ତାରେ ଥାଆନ୍ତି। ଡାକ୍ତରୀ ବିଜ୍ଞାନ ଏ କ୍ଷେତ୍ରରେ ପ୍ରାୟ ବିଫଳ ହୁଏ। ଏହା ସତ୍ତ୍ୱେ ମଧ୍ୟ ବାପାମାଆ ସବୁ ପ୍ରକାର ଚେଷ୍ଟା କରନ୍ତି। ତେବେ ଏ କ୍ଷେତ୍ରରେ ଯୋଗ ଓ ଠିକ୍ ଜୀବନଶୈଳୀ ହିଁ ସେମାନଙ୍କ ପାଇଁ ବହୁ ଫଳପ୍ରଦ ହୋଇପାରେ। ତେବେ ଏଭଳି ସନ୍ତାନଙ୍କର ବାପାମାଆ ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ନେଇ ଏହି ଉପାୟ ଜାଣିବା ଉଚିତ।

ଥାଲାସେମିଆ ରୋଗୀ ପାଇଁ ବିଶେଷ ଜୀବନଶୈଳୀ

ରୋଗୀ କ’ଣ ଖାଇବା ଉଚିତ:

ଶସ୍ୟ - ପୁରୁଣା ଚାଉଳ, ଯଅ, ଗହମ, ମକା,

ଡାଲି - ମୁଗ, ମସୁର ଡାଲି, ସୋୟାବିନ୍, ଚଣା

ଫଳ - ପିଜୁଳି, କିୱି, ଷ୍ଟ୍ରବେରୀ, ଅଙ୍ଗୁର, ଅମୃତଭଣ୍ଡା, ସେଓ, ଡାଳିମ୍ବ, ସପୁରୀ, ଶୁଖିଲା ଆପ୍ରିକଟ୍, ଶୁଖିଲା ନଡ଼ିଆ ଇତ୍ୟାଦି

ପନିପରିବା - କଲରା, ଲାଉ, ଜହ୍ନୀ, ପୋଟଳ, ପାଳଙ୍ଗ, କଖାରୁ, ବିଟ୍‌ ଏବଂ ଋତୁକାଳୀନ ପନିପରିବା, ଟମାଟୋ, ବିନ୍ସ, ମଟର, ଗାଜର, ବ୍ରୋକୋଲି, କୋବି ଇତ୍ୟାଦି।

ଅନ୍ୟାନ୍ୟ - ହାଲୁକା ତରଳ ଖାଦ୍ୟ, ଅଳ୍ପ ଅଳ୍ପ ପାଣି ପିଅନ୍ତୁ, ବାଦାମ, ତୁଳସୀ, ପୋଦିନା, ତେଜ ପତ୍ର

RBC ବୃଦ୍ଧି ପାଇଁ ଭିଟାମିନ୍ ସମୃଦ୍ଧ ଖାଦ୍ୟ:

  • ଶରୀରରେ ନୂତନ କୋଷ ସୃଷ୍ଟି କରିବା ପାଇଁ ଫୋଲିକ୍ ଏସିଡ୍ ଆବଶ୍ୟକ ହୋଇଥାଏ। ଏଥିପାଇଁ ବିନ୍ସ, ମଟର, କଦଳୀ, ବନ୍ଧାକୋବି, ମକା, ବିଟ୍, ସପୁରୀ, ନାସ୍‌ପାତି, ପାଳଙ୍ଗ, ଚଣା, ନାଲି ଚାଉଳ ଇତ୍ୟାଦି ଖାଆନ୍ତୁ।
  • ଶରୀରରେ ନୂତନ ରକ୍ତ କଣିକା ସୃଷ୍ଟି କରିବା ପାଇଁ ଭିଟାମିନ୍ B12 ଆବଶ୍ୟକ। ଏହାକୁ ପାଇବା ପାଇଁ ଦୀର୍ଘ ଦିନ ଧରି କ୍ଷୀର ଏବଂ ପତ୍ରଯୁକ୍ତ ପନିପରିବା ଖାଇବା ଦରକାର।
  • ଭିଟାମିନ୍ C ଆଇରନ୍ ଅବଶୋଷଣକୁ ବଢାଇଥାଏ। ଏଥିପାଇଁ କିୱି, ଷ୍ଟ୍ରବେରୀ ଆଦି ଖଟାଜାତୀୟ ଫଳ ଓ ସୋରିଷ ଶାଗ ଖାଇବା ଦରକାର। ଅତ୍ୟଧିକ ପରିମାଣର ଭିଟାମିନ୍ C ଖାଇବା ଦ୍ୱାରା ଶରୀରରୁ ଫୋଲିକ୍ ଏସିଡ୍ ନିର୍ଗତ ହୋଇପାରେ।

କ’ଣ ଖାଇବେ ନାହିଁ:

ଶସ୍ୟ - ନୂଆ ଚାଉଳ, ମଇଦା

ଡାଲି - ମଟର, ହରଡ

ପନିପରିବା - ଆଳୁ, ଭେଣ୍ଡି, ବାଇଗଣ

ଅନ୍ୟାନ୍ୟ - ତେଲିଆ ଖାଦ୍ୟ, ଦହୀ ଜାତୀୟ ଖାଦ୍ୟ, ରସୁଣ, ଅଦା, ଆମିଷ, ଆଚାର, ଘିଅ, ଅତ୍ୟଧିକ ଲୁଣ, ଥଣ୍ଡା ପାନୀୟ, ବେକେରୀ ଉତ୍ପାଦ, ମଦ୍ୟ, ଫାଷ୍ଟଫୁଡ୍, ଜଙ୍କ୍‌ ଫୁଡ୍, ବିଳମ୍ବରେ ହଜମ ହେଉଥିବା ଖାଦ୍ୟ, କେନ୍‌ଡ୍ ଖାଦ୍ୟ, କଞ୍ଚା କ୍ଷୀର।

କେଉଁ ସମୟରେ କ’ଣ ଖାଇବେ:

  • ସକାଳେ ଉଠିବା ପରେ ଖାଲି ପେଟରେ ୧-୨ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ

ସକାଳ ଭୋଜନ(୮ଟା ୩୦):

  • କ୍ଷୀର ସହିତ ୨ଟି ରୁଟି (ମିଶ୍ରିତ ଅଟା) + ସବୁଜ ପତ୍ରଯୁକ୍ତ ପନିପରିବା (ନଡିଆ ତେଲରେ ତିଆରି) / ଫଳ ସାଲାଡ୍ (କିୱି, ଷ୍ଟ୍ରବେରୀ, ଡାଳିମ୍ବ, ଅଙ୍ଗୁର, ଅମୃତଭଣ୍ଡା, ନାସ୍‌ପାତି, ସପୁରୀ, ପିଜୁଳି, କମଳା)

ମଧ୍ୟାହ୍ନ ଭୋଜନ(୧୨ଟା୩୦ରୁ ୧ଟା ୩୦):

  • ଭାତ(ଛୋଟ ଗିନାରେ) + ୨ଟି ରୁଟି (ମିଶ୍ରିତ ଅଟା) + ଡାଲି + ଶାଗ + ସାଲାଡ୍ (କାକୁଡି, ଗାଜର, ଟମାଟୋ, ଲେମ୍ବୁ, ଧନିଆ) + କନ୍ଦମୂଳ।
  • ସନ୍ଧ୍ୟା ଭୋଜନ(୪ଟା ୩୦ ରୁ ୫ଟା):
  • ସାଲାଡ୍ (କାକୁଡି, ଗାଜର, ଟମାଟୋ, ଲେମ୍ବୁ, ଧନିଆ

ରାତ୍ରୀ ଭୋଜନା(୭ଟା ରୁ ୮ଟା):

  • ୨ଟି ରୁଟି (ମିଶ୍ରିତ ଅଟା) + ସନ୍ତୁଳା

ଯୋଗ:

ଆସନ - ସୂକ୍ଷ୍ମ ବ୍ୟାୟାମ, ଉତ୍ତାନପାଦାସାନ, ଭୁଜଙ୍ଗାସନା, ମର୍କଟାସନ, ତାଡାସନ, ବାଳାସନ, ତ୍ରିକୋଣାସନ, ପଶ୍ଚିମୋତ୍ତାନାସନ, ଶବାସନ, ଧ୍ୟାନ

ପ୍ରାଣାୟାମ - ଭସ୍ତ୍ରିକା, କପାଳଭାତି, ବାହ୍ୟପ୍ରାଣାୟମ, ଅନୁଲୋମ-ବିଲୋମ, ଭ୍ରାମରୀ, ଉଦ୍‌ଗୀଥ୍‌, ଉଜ୍ଜାୟୀ