ମହାକୁମ୍ଭ ମେଳା ପାଇଁ ଏବେ ରାଜ୍ୟର ୪ଟି ସ୍ଥାନରୁ ବସ୍ ଗଡିବ। ପ୍ରାଥମିକ ଭାବେ ଭୁବନେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁରରୁ ବସ ଚାଲିବା ପାଇଁ ବ୍ୟବସ୍ଥା ହୋଇଛି । ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା ।
ଆଉ ଦିନ କେଇଟା ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ଭବ୍ୟ, ପବିତ୍ର ତଥା ଆଧ୍ୟାତ୍ମିକ ମହାକୁମ୍ଭ ମେଳା । ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି । ବିଶ୍ବାସ ରହିଛି ଏହି ମହାକୁମ୍ଭରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ।
ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପାଇଁ ଏଠାରେ ଭବ୍ୟ ଆୟୋଜନ କରାଯାଇଛି । ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା ।
ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ
ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ପ୍ରୟାଗରାଜକୁ ଛୁଟିଛି ସାଧୁସନ୍ଥଙ୍କ ଆଗମନ। ଏଭଳି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ସାଧୁସନ୍ଥ ବେଶ ଉତ୍ସାହିତ। । ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ତତ୍ପରତାର ସହ ଆୟୋଜନ କରିଛନ୍ତି ।
୨୦୨୫ କୁମ୍ଭ ମେଳାରେ ୪୦ରୁ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଥର ମେଳା ଆୟୋଜନରେ ୬୩୮୨ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା। ଏଥିପାଇଁ ପ୍ରୟାଗରାଜରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜମୁଛି ସାଧୁସନ୍ଥଙ୍କ ଭିଡ। ବୁଡ ପକାଇବା ପାଇଁ ଅପେକ୍ଷାରେ ଶ୍ରଦ୍ଧାଳୁ। ୧୨ ବର୍ଷ ପରେ ହେଉଥିବା କୁମ୍ଭମେଳା ଯୋଗ ଦେବାକୁ ସାରା ବିଶ୍ବରୁ ଲୋକେ ଛୁଟି ଆସୁଛନ୍ତି ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ