ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମହାଳୟା ପାଇଁ ବିଏମସିର କଟକଣା । ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ।
ଗୋଟିଏ ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି ଦିଆଯାଇପାରିବ ବୋଲି ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ କରିଛି ଭୁବନେଶ୍ୱର ମହାନଗର ନିଗମ । ତାସହ ଅୋବର ୩୧ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ବିଏମସି ସ୍ପଷ୍ଟ କରିଛି ।
Also Read
ସେହିପରି ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥାଏ । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ଯେଉଁମାନେ ଗଙ୍ଗା ଦର୍ଶନ କରିନାହାନ୍ତି ସେମାନେ ପିତୃପକ୍ଷରେ ମାଆଙ୍କର ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ଅନ୍ୟପଟେ ପବିତ୍ର ମହାଳୟା ସହ ଆଜି ଖଡ଼ିଲାଗି ଅମାବାସ୍ୟା । ଏହି ଅବସରରେ ଦୁର୍ଗା ପୂଜା ପାଇଁ ନିର୍ମାଣ ହେଉଥିବା ମାଆଙ୍କ ମୂର୍ତ୍ତିରେ ଖଡ଼ି ଲାଗି କରାଯାଇ ଥାଏ । ପରମ୍ପରା ଅନୁସାରେ ଆଜି ସବୁ ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ କାରିଗରମାନେ ଖଡ଼ି ଲଗାଇଥାନ୍ତି । ଏଥିଲାଗି ପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଚାଲିଛି ।