Advertisment

Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Bholanath acknowledged Maa Kali as his mother

Bholanath acknowledged Maa Kali as his mother

Advertisment

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। ତାଙ୍କର ଏହି ରୂପ ପଛରେ ଶାସ୍ତ୍ରଗୁଡ଼ିକରେ ପ୍ରଚଳିତ ଅନେକ କାହାଣୀ ରହିଛି ଏବଂ ଏହାକୁ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ମା’ଙ୍କର ଭୟଙ୍କର ଏବଂ ସ୍ନେହପୂର୍ଣ୍ଣ ସ୍ୱରୂପ ବିଷୟରେ ଜାଣିନେବା

Advertisment

କ’ଣ କୁହେ କିମ୍ବଦନ୍ତୀ:

ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ ଦାରୁକ ନାମକ ଏକ ରାକ୍ଷସ କଠୋର ତପସ୍ୟା କଲା। ତା’ ଉପରେ ପ୍ରସନ୍ନ ହୋଇ ଭଗବାନ ବ୍ରହ୍ମା ତାକୁ ଏକ ବରଦାନ ଦେଇଥିଲେ ଯେ ସେ କେବଳ ଜଣେ ମହିଳାଙ୍କ ହାତରେ ମରିବ। ତାକୁ ଆଉ କେହି ହତ୍ୟା କରିବାକୁ ସମର୍ଥ ହେବେ ନାହିଁ। ସେହି ରାକ୍ଷସ ଭଗବାଣ ବ୍ରହ୍ମାଙ୍କର ବରଦାନର ଲାଭ ଉଠାଇବା ଆରମ୍ଭ କଲା ଏବଂ ସମସ୍ତ ବ୍ରାହ୍ମଣ, ସାଧୁ ଓ ଦେବତାମାନଙ୍କ ପାଇଁ ବାଧକ ସାଜିଲା, ସେମାନଙ୍କୁ କଷ୍ଟ-ଯନ୍ତ୍ରଣା ଦେଲା।

ସେ ନିଜର ଶକ୍ତି ବଳରେ ସମସ୍ତ ଧାର୍ମିକ କାର୍ଯ୍ୟରେ ବାଧା ଦେଲା ଏବଂ ସ୍ୱର୍ଗରେ ନିଜର ଶାସନ ପ୍ରତିଷ୍ଠା କଲା। ସମସ୍ତ ଦେବତା ତା’ ସହିତ ଯୁଦ୍ଧ କରି ପରାସ୍ତ ହେଲେ ଆଉ ନିରାଶ ହୋଇ ଫେରିଲେ। ସେହି ସମୟରେ ଭଗବାନ ବ୍ରହ୍ମା କହିଲେ ଯେ ଏହି ରାକ୍ଷସକୁ କେବଳ ଜଣେ ମହିଳା ହିଁ ହତ୍ୟା କରିପାରିବ।

Advertisment

ସମସ୍ତ ଦେବତା ଏକତ୍ର ଭଗବାନ ଶିବଙ୍କ ନିକଟକୁ ଆସି ଗୁହାରୀ କଲେ। ରାକ୍ଷସ ଦାରୁକର ଆତଙ୍କ ବିଷୟରେ କହିଲେ। ତା’ପରେ ଏହି ସମସ୍ୟାର ସମାଧାନ ପାଇଁ ଭୋଳାନାଥ ଜଗତର ମାତା ପାର୍ବତୀ ଆଡକୁ ଚାହିଁ କହିଲେ, “ହେ କଲ୍ୟାଣୀ! ଜଗତର କଲ୍ୟାଣ ପାଇଁ ଏବଂ ସେହି ଦାରୁକ ଦୈତ୍ୟ ପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି।”

ଏହା ଶୁଣି ମାତା ପାର୍ବତୀ ହସିଲେ ଏବଂ ନିଜର ଏକ ଅଂଶକୁ ଭଗବାନ ଭୋଳାନାଥ ଭିତରେ ପ୍ରବେଶ କରେଇଦେଲେ। ମାତା ଭଗବତୀଙ୍କ ସେହି ଅଂଶ ଭଗବାନ ଶିବଙ୍କ ବେକରୁ ପ୍ରକଟ ହେଲେ। ଏହା ପରେ ଭୋଳାନାଥ ତାଙ୍କର ତୃତୀୟ ଆଖି ଖୋଲି ଦେଖିଲେ ଯେ ମା’ ଭୟଙ୍କର କାଳୀଙ୍କର ବିକରାଳ ରୂପ ନେଇଛନ୍ତି। ତାଙ୍କର ଏହି ରୂପ ଦେଖି ଦେବତା ଏବଂ ରାକ୍ଷସମାନେ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ। ତାଙ୍କର ରୂପ ଏତେ ଭୟଙ୍କର ଥିଲା ଯେ ତାଙ୍କ ଆଗରେ କେହି ଠିଆହୋଇ ପାରିଲେ ନାହିଁ।

Advertisment

ମାତା କାଳୀଙ୍କର କେବଳ ଗର୍ଜନରେ ହିଁ ସମସ୍ତ ରାକ୍ଷସ ବିନାଶ ହୋଇଥିଲେ। ସମସ୍ତ ରାକ୍ଷସ ଜଳି ପାଉଁଶ ହୋଇଗଲେ। ଏହା ପରେ ମଧ୍ୟ ତାଙ୍କର କ୍ରୋଧ କମିଲା ନାହିଁ ଏବଂ କ୍ରୋଧର ନିଆଁରେ ତିନି ଭୂବନ ଜଳିବାକୁ ଲାଗିଲା। ଦେବତାମାନେ ପୁନର୍ବାର ମା କାଳୀଙ୍କୁ ଶାନ୍ତ କରିବା ନେଇ ଭୋଳାନାଥଙ୍କ ସାହାଯ୍ୟ ଲୋଡିଲେ।

ତା’ପରେ ମାତା କାଳୀଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ମହାଦେବ ଏକ ଶିଶୁ ରୂପ ଧାରଣ କଲେ। ତାଙ୍କର ଏହି ରୂପକୁ ବଟ ଭୈରବ ମଧ୍ୟ କୁହାଯାଏ ଏବଂ ପିଲା ରୂପରେ ଭୋଳାନାଥ ଜୋରରେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦିବାର ଶବ୍ଦ ମା’ କାଳୀଙ୍କ କାନରେ ପଡିଲା। ମା’ ସେହି ସୁନ୍ଦର ପିଲାଟିକୁ ମା’ ହୋଇ ଆଲିଙ୍ଗନ କଲେ ଏବଂ ମାତୃତ୍ୱ ପରଶିଦେବା ପାଇଁ ମା’ ପୁଣି ତାଙ୍କର ଶାନ୍ତ ରୂପକୁ ଫେରିଆସିଲେ।

Kali Puja Diwali Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ