Advertisment

ରକ୍ଷାସୂତ୍ର ଦୂର କରେ ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ

ହିନ୍ଦୁ ଧର୍ମ ବିଚାରରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ହାତରେ ରକ୍ଷାସୂତ୍ର ବନ୍ଧାଯାଇଥାଏ। ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ଭଲି ଅନେକ ରୋଗ ନିୟନ୍ତ୍ରଣକୁ ଆସିଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Benefits pf Rakshya Sutra

Benefits pf Rakshya Sutra

ଯେତେବେଳେ ବି ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ହୁଏ, ସେତେବେଳେ ରକ୍ଷାସୂତ୍ର ନିଶ୍ଚିତ ଭାବରେ ହାତରେ ବନ୍ଧା ହୋଇଥାଏ। ହିନ୍ଦୁ ଧର୍ମରେ ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତୀତ ମନ୍ଦିରରେ ଦର୍ଶନ ପରେ ମଧ୍ୟ ବ୍ରାହ୍ମଣମାନେ ହାତରେ ରକ୍ଷାସୂତ୍ର ବାନ୍ଧିବାର ଏକ ପରମ୍ପରା ରହିଛି। ଅନ୍ୟ ପଟେ, ଯେତେବେଳେ ଆପଣ କୌଣସି ବି ପୂଜାପାଠ କିମ୍ବା ରୀତିନୀତିରେ ବସିଥିବା ବେଳେ ପୁରହିତ ଆପଣଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥାନ୍ତି।

Advertisment

ହିନ୍ଦୁ ଧର୍ମ ବିଚାର ଅନୁସାରେ ରକ୍ଷାସୂତ୍ର ବାନ୍ଧିବାର ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି। କେବଳ ହାତରେ ନୁହେଁ, କୌଣସି ବି ନୂଆ ଜିନିଷ କିଣିବା କିମ୍ବା ଘରକୁ ଆଣିବା ପରେ ଏଥିରେ ମଧ୍ୟ ରକ୍ଷାସୂତ୍ର ବନ୍ଧା ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ରକ୍ଷାସୂତ୍ର ପ୍ରକୃତରେ କ’ଣ ଏବଂ ଏହା ବନ୍ଧା ହେବା ପଛରେ କ’ଣ ରହିଛି କାରଣ? ତେବେ ଏହି ରକ୍ଷାସୂତ୍ର କାହିଁକି ବନ୍ଧା ଯାଏ ଏବଂ ଏହାର ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

କାହିଁକି ହାତରେ ବନ୍ଧା ହୁଏ ରକ୍ଷାସୂତ୍ର?

ଏହା ଏକ ଧାର୍ମିକ ବିଶ୍ୱାସ ଯେ ପୂଜାପାଠ ପରେ ହାତରେ ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଅନେକ ପ୍ରକାରର ସକରାତ୍ମକ ଶକ୍ତି ବା ଐଶ୍ୱରୀୟ ଶକ୍ତି ମିଳିଥାଏ। ରକ୍ଷାସୂତ୍ର ହାତରେ ବାନ୍ଧିଲେ ଜଣେ ସକାରାତ୍ମକ ଶକ୍ତି ପାଇଥାଏ।

Advertisment

ଏହା ଆମକୁ ନକାରାତ୍ମକ ଶକ୍ତି ଏବଂ କୁଦୃଷ୍ଟିରୁ ରକ୍ଷା କରୁଥିବାରୁ ଏହାକୁ ରକ୍ଷାସୂତ୍ର ବୋଲି କୁହାଯାଏ। ଅନେକ ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ବିଭିନ୍ନ ରଙ୍ଗର ରକ୍ଷାସୂତ୍ର ବିଭିନ୍ନ ଗ୍ରହ ସହିତ ଜଡିତ। କୁହାଯାଏ ଯେ ହଳଦିଆ ରଙ୍ଗର ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ବୃହସ୍ପତି, ଲାଲ ରଙ୍ଗର ରକ୍ଷାସୂତ୍ର ମଙ୍ଗଳ ସହିତ ସମ୍ବନ୍ଧ ରହିଛି।

ବୈଜ୍ଞାନିକ ଲାଭ:

ଖାଲି ଧାର୍ମିକ ଫାଇଦା ନୁହେଁ ରକ୍ଷାସୂତ୍ର ବାନ୍ଧିବାର ବୈଜ୍ଞାନିକ ଲାଭ ମଧ୍ୟ ଅଛି। ମଣିଷର ମଣିବନ୍ଧ ଦେଇ ଅନେକ ପ୍ରକାରର ଶିରା ପ୍ରସିରା ଯାଇଛି। ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଏହି ଶିରା ପ୍ରସିରାଗୁଡ଼ିକ ପ୍ରଭାବିତ ହୋଇ କାର୍ଯ୍ୟକ୍ଷମ ହୋଇଥାନ୍ତି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ମଧ୍ୟ ନିୟନ୍ତ୍ରଣକୁ ଆସିଯାଏ।

Culture
Advertisment
Advertisment