ଆସନ୍ତାକାଲିଠୁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।

Dhanu Yatra

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା । ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି ।

ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା । ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୯୫ ଫୁଟ ଉଚ୍ଚ ଏବଂ ୪୫ ଫୁଟ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି । ସେହିପରି ରଙ୍ଗ ମହଲକୁ ନୂଆ ରୂପ ଦିଆଯାଉଛି ।

ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ ।