Advertisment

ଆସନ୍ତା ଗୁରୁବାର ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଦତ୍ତ ମହାପାତ୍ର ନିଯୋଗ ସଂପାଦକଙ୍କ ସୂଚନା, ଗୁରୁବାର ଶ୍ରୀମୁଖ ଶିଙ୍ଗାର କରିବାକୁ ପ୍ରଶାସନକୁ କରିଛୁ ନିବେଦନ...ବିବାଦ ଯୋଗୁଁ ନିଳାଦ୍ରୀ ବିଜେ ପରଠାରୁ ବନ୍ଦ ରହିଛି ଗୁପ୍ତ ନୀତି....

ଅଦ୍ୟତନ ହୋଇଛି
undefined

Banakalagi Niti

Advertisment

ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । ତେଣୁ ଆଗାମୀ ଗୁରୁବାର ବନକଲାଗି ପାଇଁ ଆମେ ପ୍ରଶାସନକୁ ନିବେଦନ କରିଛୁ ।

Advertisment

ମନ୍ଦିରରେ ଭିଡ଼ ଥିଲେ ଏହି ନୀତି ଦିନକ ଆଗରୁ ଅର୍ଥାତ୍ ବୁଧବାର ବି କରାଯାଏ, ହେଲେ ଏବେ ସେଭଳି କିଛି ଭିଡ଼ନଥିବାରୁ ଗୁରୁବାର ବନକଲାଗି କରାଯିବ । ଯେହେତୁ ପ୍ରାକୃତିକ ରଙ୍ଗ ବୁଧବାର ପ୍ରସ୍ତୁତ କରିବା କଷ୍ଟକର ତେଣୁ ଆଗାମୀ ଗୁରୁବାର ପାଇଁ ବନକଲାଗି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଦତ୍ତମହାପାତ୍ର ନିଯୋଗ ସଂପାଦକ ।

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଗତ ନିଳାଦ୍ରୀ ବିଜେ ପରଠାରୁ ଆଉ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇନାହିଁ । ଭକ୍ତମାନେ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରୁଛନ୍ତି ।....

Advertisment
Lord Jagannath Banaka Lagi Of Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ