/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637204820.jpg)
Dhabaleswar Temple
ଆଠଗଡ: ବହୁ ପ୍ରତୀକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ରାତ୍ର ଗୋଟାଏରୁ ନୀତି କାନ୍ତି ଆରମ୍ଭ ହୋଇ ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳ ରେ ସ୍ନାନ କରା ଯାଇ ଖେଚୁଡି ଭୋଗ କରାଯାଇଥିଲା । ଏହାପରେ ବାବାଙ୍କୁ ଘର୍ଷଣ କରାଯାଇ ମହାସ୍ନାନ କରାଯାଇଥିଲା । ତାପରେ ବାବାଙ୍କୁ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ବିଶ୍ୱପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଥିଲା । ଚାଉଳ, ମୁଗ, ଗୁଡ,ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ମହାମାରୀ କରୋନା କଟକଣା କାରଣରୁ ଏଥର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ତେବେ ଗଜଭୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ।
ପ୍ରତିବର୍ଷ କାର୍ତ୍ତିକ ମାସ ପଞ୍ଚୁକରେ ଏହି ପୀଠକୁ ଲୋକଙ୍କର ସୁଅ ଛୁଟିଲା। ପଞ୍ଚୁକ ତ୍ରୟୋଦଶୀ ତିଥିରେ ବଡ଼ ଧୁମଧାମରେ ଏଠି ପାଳନ ହୁଏ ବଡଓଷା। ସବୁ ଓଷା ଭିତରେ ଏହା ବଡ ବୋଲି କୁହାଯାଏ। ଏହି ଓଷାରେ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ଏହି ଭୋଗ ଲାଗି ହୁଏ। ଚତୁର୍ଦ୍ଦଶୀ ତିଥିର ସକାଳେ ଭକ୍ତମାନେ ଗଜଭୋଗ ପାଆନ୍ତି। ଏହି ଭୋଗର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି। ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ।
ଧଳା ରଙ୍ଗର ଚାଉଳ ଚୁନାରେ ତିଆରି ହୋଇଥିବାରୁ ଏହା ଧଳା ଦେଖାଯାଏ। କିନ୍ତୁ ଭିତରେ ମୁଗ ଓ ଗୁଡ଼ରେ ତିଆରି ପୁର ଦିଆଯାଇଥାଏ। ତେଣୁ ଭିତର କଳା ଦିଶେ। ଗଜଭୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ପିଠା। ଏହାର ଉପରି ଭାଗ ବଳଦର ଶିଙ୍ଗ ପରି ଗୋଜିଆ ହୋଇଥାଏ। ଏହା ହେଉଛି ଲୋକକଥା। କଟକ ଓ ଆଠଗଡ଼ ଅଞ୍ଚଳର ଅଧିକାଂଶ ଲୋକଙ୍କର ଏହା ହେଉଛି ବିଶ୍ୱାସ। ଏହି ପୀଠ ଲୋକଙ୍କ ଆଧ୍ୟାତ୍ମିକ ଭାବଧାରା ସହ ଜଡ଼ିତ।
ବାବା ଧବଳେଶ୍ୱରକୁ ନେଇ ଭକ୍ତଙ୍କର ବେଶ ବିଶ୍ୱାସ ରହିଛି । ଧବଲେଶ୍ୱର ମନ୍ଦିରକୁ ନେଇ ଅନେକ ଲୋକକଥା ରହିଛି । ବିଶ୍ୱାସ କରାଯାଏ, ବାବା ଧବଳେଶ୍ୱର କାଳେ ଏକ କଳା ବଳଦକୁ ଧଳା କରି ଦେଇଥିଲେ। ଏହି କିମ୍ବଦନ୍ତୀ ଅନୁସାରେ, ଏହି ଘଟଣା ପରେ ସେ ଧବଳେଶ୍ୱର ନାମରେ ଖ୍ୟାତ ହେବାରେ ଲାଗିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)