Advertisment

Bada Osa 2024: ବଡ଼ଓଷାର ମହତ୍ତ୍ୱ; ଜାଣନ୍ତୁ ରାଜାଙ୍କୁ କୁଷ୍ଠ ରୋଗରୁ କିପରି ମୁକ୍ତ କଲେ ରାଣୀ

ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ

ଅଦ୍ୟତନ ହୋଇଛି
Bada Osa 2024

Bada Osa 2024

Advertisment

ଓଡ଼ିଶାରେ ପାଳନ ହେଉଥିବା କେତେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହା କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଏହି ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି। ଏହାକୁ ଦର୍ଶନ କରିବା ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ।

Advertisment

ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ। ସୂତନ୍ତ୍ର ଭୋଗ ଭାବେ ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ।

Bada Osa 2024

କିପରି ହୁଏ ପିଠା:

ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ। ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ। ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି। ୨୦୨୦ ମସିହାରେ ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତ ଅର୍ଜୁନ ବେଶ ହୋଇଥିଲା।

Advertisment

କାହାଣୀ:

ପଦ୍ମପୁରାଣ ଅନୁସାରେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ।

ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଜଣେ ଧାର୍ମିକ ରାଜା ଥିଲେ। ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ। ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ। ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜା କରୁଥିଲେ।

Advertisment

ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ। ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟ କଥା ବୁଝିଲେ ନାହିଁ। ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା। ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ।

Bada Osa 2024ଧବଳେଶ୍ୱର ମନ୍ଦିର

ସେହି ବନରେ ଜଣେ ଶିବପୂଜକ ସନ୍ନ୍ୟାସୀ ବାସ କରୁଥିଲେ। ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ। ରାଜା ସେହି ଫୁଲଗୁଡ଼ିକୁ ସନ୍ନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇ ନେଇ ରାଣୀଙ୍କୁ ଅର୍ପଣକଲେ। ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା। ତାଙ୍କର ଦୁଃଖ ବଢ଼ି ଚାଲିଲା।

ଏହାପରେ ରାଣୀ ରାଜାଙ୍କ ସେବା ଓ ଈଶ୍ୱର ଭକ୍ତିରେ ସମୟ ଅତିବାହିତ କରୁଥିଲେ। ସେ ଜଣେ ସନ୍ନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ନ୍ୟାସୀଙ୍କୁ ଜଣାଇଲେ।

ରାଣୀ ସନ୍ନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ୱ କଲେ।

ଏହା ପରଠାରୁ ସାଧାରଣ ଲୋକେ ଏହାକୁ ପ୍ରତି ବର୍ଷ ପାଳନ କରୁଛନ୍ତି।

Bada Osha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ