Advertisment

ମା’ଙ୍କୁ ମେଲାଣି, ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।

Durga Visarjan

Durga Visarjan

Advertisment

ଭୁବନେଶ୍ୱର/କଟକ: ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି।  ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ ହୋଇ ଥିବାବେଳେ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। 

Advertisment

କଟକରେ ମେଢ ବିସର୍ଜନ ପାଇଁ ୬ ଟି ସ୍ଥାନ ଚିହ୍ନଟ କରାଯାଇଛି। ଦେବୀଗଡ଼ା ସହ ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡ଼ା, ଘାଟକୁଳ ଆଦି ସ୍ଥାନରେ ଭସାଣ ପାଇଁ ଅସ୍ଥାୟୀ ପୋଖରୀ କରାଯାଇଛି। ପର୍ଯ୍ୟାୟ କ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାଳେ କିଛି ମେଢ଼ ୧୭ ତାରିଖରେ ବିସର୍ଜନ କରାଯିବାକୁ ରୁଟ୍ ଚାର୍ଟ ସ୍ଥିର ହୋଇଛି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସୋସିଆଲ ମିଡିଆରେ ମା’ଙ୍କ ପୂଜାର୍ଚ୍ଚନା ଦେଖିଥିଲେ ସାଧାରଣ ଲୋକେ। ହେଲେ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିପାରିନଥିଲେ ଭକ୍ତ। କାରଣ କୋଭିଡ କଟକଣା ପାଇଁ ମଣ୍ଡପରେ ସାଧାରଣ ଦର୍ଶନ ମନା ଥିଲା । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଥିଲେ ବିଭିନ୍ନ ପୂଜା କମିଟି । 

Advertisment
Dussehra Durga Visarjan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ