Amid Eid-ul-Adha celebrations, PM Modi leads wishes: 'Good of humankind...'
ଆଜି ଇସଲାମ୍ ଧର୍ମାବଲମ୍ମୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ଇଦ-ଉଲ୍-ଜୁହା ବା ବକ୍ରିଦ୍ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି । ଏହି ଅବସରରେ ମସ୍ଜିଦ୍ ଗୁଡ଼ିକରେ ସମୁହ ନମାଜପାଠ କରାଯାଇଛି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ବକ୍ରିଇଦ୍ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି ।
ଇସଲାମ୍ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଇଦ ଉଲ୍ ଫିତରର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଇଥାଏ ଆଲ୍ଲାଙ୍କ ପ୍ରତି ପ୍ରଫେଟ୍ ଇବ୍ରାହିମ୍ଙ୍କ ଆନୁଗତ୍ୟ ସ୍ମୃତିରେ ଏହି ପର୍ବ ପାଳନ କରାଯାଇଥାଏ । ବକ୍ରିଦ୍ ପୂର୍ବରୁ ଗତକାଲି ଆରଫା ପାଳନ ହୋଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଲ୍ଲାଙ୍କ ପ୍ରତି ଆନୁଗତ୍ୟ ଓ ଭକ୍ତି ଦୃଷ୍ଟିରୁ ପ୍ରଫେଟ୍ ଇବ୍ରାହିମ୍ ତାଙ୍କ ପୁଅର ବଳି ଦେବାକୁ ଚାହିଁଥିଲେ । ହେଲେ ଆଲ୍ଲା ତାଙ୍କୁ ଗୋଟିଏ ଛେଳି ଦେଇଥିଲେ । ସେହି ଛେଳିକୁ ଇବ୍ରାହିମ୍ ବଳି ଦେଇଥିଲେ ସେବେଠାରୁ ଏହି ଦିନକୁ ବକ୍ରିଇଦ ଭାବେ ପାଳନ କରାଯାଉଛି । ସେବେଠାରୁ ଛେଳି ବଳି ଦିଆଯାଇଥାଏ । ବଳି ଦିଆଯାଇଥିବା ଛେଳିର ମାଂସକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657430691.jpeg)