ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ ?

ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ

ଅକ୍ଷୟ ତୃତୀୟା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ପବିତ୍ର ଅକ୍ଷୟ ତୃତୀୟା ଚଷା ପୁଅଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏହି ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ । ତେବେ ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ ।

ଅକ୍ଷୟ ତୃତୀୟା ଦିନ ଚଷାପୁଅ ସକାଳୁ ସକାଳୁ ଉଠି ଚାଷ ଜମିରେ ପହଞ୍ଚି ଅକ୍ଷିମୁଠି ଅନୁକୁଳ କରେ । ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା । ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ ଚଷାପୁଅ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।

ସେହିଭଳି ଏହି ଦିନ ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦୀ ଲଗାଇ ପୂଜାର୍ଚ୍ଚନା କରାଯାଏ । ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ।  କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବୀତ ରହିଛି ।

ତେବେ ଅକ୍ଷୟ ତୃତୀୟା ଦିନର ଅନେକ ବିଶେଷତ୍ତ୍ୱ ରହିଛି