Actress Ekta Jain looked like Ardhanarishwar on Mahashivratri
ଆଜି ମହାଶିବରାତ୍ରୀ। ସବୁ ଶୈବପୀଠରେ ଲାଗିଛି ଗହଳ ଚହଳ। ଭଗବାନ ଶିବଙ୍କ ଆରାଧନା ନେଇ ସମସ୍ତଙ୍କ ମନରେ ଉତ୍ସାହ। ଏହି ଉତ୍ସାହ ଭିତରେ ଯଦି କେହି ନିଜ ଆଖି ସାମ୍ନାରେ ଜୀବନ୍ତ ମହାଦେବଙ୍କୁ ଦର୍ଶନ କରିନିଏ ତେବେ ସେ ନିଜକୁ ଧନ୍ୟ ମନେକରିବ ହିଁ କରିବ। ସେହିପରି ଏକ ଘଟଣା ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଛି।
ମୁମ୍ବାଇର ଲୋକମାନେ ଏକ ସ୍କୁଟିରେ ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାଇଗଣୀ ରଙ୍ଗର ସ୍କୁଟିରେ ଅର୍ଦ୍ଧନାରୀଶ୍ୱର ରୂପ ନେଇଥିବା ଏହି କଳାକାର ମଧ୍ୟ ଲୋକଙ୍କ ମଧ୍ୟରେ ଅନେକ ଶ୍ରଦ୍ଧା ଭାବନା ମଧ୍ୟ ସୃଷ୍ଟି କରିଛନ୍ତି। ରାସ୍ତାର ଛକ ହେଉ କି କୌଣସି ଗଳି କନ୍ଦି ହେଉ କିମ୍ବା ରାସ୍ତାକଡ ହେଉ ଯେଉଁ ଯାଗାକୁ ଏହି ସ୍କୁଟି ଅତିକ୍ରମ କରୁଥିଲା, ଲୋକମାନେ ହାତ ଯୋଡି ହର୍ ହର୍ ମହାଦେବ ଓ ବମ୍ ବମ୍ ଭୋଲେ ଡାକରା ଦେଉଥିଲେ।
ପରେ ଜଣାପଡିଥିଲା ଯେ ଏହି କଳାକାର ଜଣକ ହେଉଛନ୍ତି ଅଭିନେତ୍ରୀ ଏକତା ଜୈନ। ମହାଶିବରାତ୍ରୀ ଦିନ ଏକତା କେବଳ ଯେ ଅର୍ଦ୍ଧନାରୀଶ୍ୱର ରୂପ ଧାରଣ କରିଥିଲେ ତାହା ନୁହେଁ, ଏହି ରୂପରେ ସେ ମଧ୍ୟ ଡମ୍ବରୁ ଓ ତ୍ରିଶୂଳ ଧରି ଦମଦାର ନାଚୁଥିଲେ। ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ସେ ଏହି ରୂପରେ ସୁଟିଂ ପାଇଁ ଚାଲିଗଲେ।
ଦୀର୍ଘ ତିନି ଘଣ୍ଟାର କ୍ରମାଗତ ମେକ୍ ଅପ୍ ପରେ, ଏକତା ଯେଉଁ ରୂପ ଧରିଲେ ସେ ନିଜେ ଏହାକୁ ଦେଖି ଅତ୍ୟନ୍ତ ଉତ୍ସାହିତ ହୋଇ ଯାଇଥିଲେ। ‘ଶଗୁନ୍’, ‘ଶାକାଲାକା ବୁମ୍ ବୁମ୍’, ‘ଫ୍ୟାମିଲି ନଂ ୧’ ଏବଂ ‘ଅପୁନ୍ ତୋ ବସ୍ ୱେସା’ ଭଳି ଟିଭି ଶୋ’ରେ ଦେଖାଯାଇଥିବା ଏକତା ଜୈନ୍ ନିଜ କ୍ୟାରିୟରରେ ମହାଦେବଙ୍କ ଆଶୀର୍ବାଦ ପାଇ ବହୁ ଖୁସି ଅଛନ୍ତି। ସେ କୁହନ୍ତି ଯେ “ମୁଁ ଖୁସି ଯେ ମୁଁ ବିଭିନ୍ନ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛି ଏବଂ ପ୍ରଭୁ ଭୋଳେନାଥଙ୍କ ଆଶୀର୍ବାଦ ଏହିପରି ମୋ ଉପରେ ଏମିତି ବରଷୁ ଥାଉ, ମୁଁ ଏହା ଚାହୁଁଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646120947.jpg)