Advertisment

ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଏହି ୩ ଦିନ ହେବ ଗଣେଶ ଭସାଣ...

ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।

Action to be taken against distorted Ganesh idols

Action to be taken against distorted Ganesh idols

Advertisment

ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲୋକ ପ୍ରତିନିଧି, ପୂଜା କମିଟି, କ୍ଲବ କର୍ମକର୍ତ୍ତାଙ୍କୁ ନେଇ ବୈଠକ ବସିଥିଲା । ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।

Advertisment

ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ଭସାଣ ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଛି। ସିଏମ୍‌ସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରୀରେ ମେଢ଼ ଗୁଡିକ ଵିସର୍ଜନ କରାଯିବ। କଟକ କମିଶନରେଟ ପୋଲିସ, ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଚେତାବନୀ ଦିଆଯାଇଛି। ସେହିପରି ଜୋରଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲରେନ୍ସ ନୀତି ଆପଣାଇବ କମିଶନରେଟ ପୋଲିସ । ବୈଠକ ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏହି ସୂଚନା ଦେଇଛନ୍ତି ।

Advertisment
Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ