Advertisment

ରାଜଧାନୀରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି

73rd Republic Day

73rd Republic Day

Advertisment

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

କୋଭିଡ କଟକଣା ଭିତରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଥିଲା । ପରେଡର ନେତୃତ୍ୱ ନେଇଥିଲେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା । ତେବେ କଟକଣା ଯୋଗୁଁ ୧୦ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ । ତେବେ ପରେଡରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନାହାନ୍ତି।

ସେପଟେ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ର୍ନିମାଣ କରିଛନ୍ତି । ବାଲୁକା କଳାରେ ଇଣ୍ଡିଆ ଗେଟ୍ ଚିତ୍ରଣ କରିବା ସହିତ ତ୍ରିରଙ୍ଗାର ଚିତ୍ରଣ କରି ସାରା ଭାରତ ବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା ମୂର୍ତ୍ତିକୁ ର୍ନିମାଣ କରିବାକୁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା ।

Advertisment

ସେହିପରି ପୁରୀର ବିଶ୍ୱଜିତ ନାୟକ ଆଇସକ୍ରିମ କାଠିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଐତିହାସିକ ଦିନରେ ଆମେ ଆମର ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ସନ୍ଦେଶ ଜଣାଇ ୬୭୫ଟି ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରି ସେ ଏହାକୁ ନିର୍ମାଣ କରିଛନ୍ତି । ତାଙ୍କୁ ଏହା ନିର୍ମାଣ କରିବା ଲାଗି ୬ ଦିନ ଲାଗିଥିଲା ।

Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ