Advertisment

Ganesh Chaturthi 2023: ଗଣେଶ ପୂଜାକୁ ଆହୁରି ରଙ୍ଗୀନ କରିଦେବ ବଲିଉଡ୍‌ର ଏହି ୫ ଗୀତ

ଗଣେଶ ପୂଜାରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ। ଏହି ୫ଟି ବଲିଉଡ ଗୀତ ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।

ଅଦ୍ୟତନ ହୋଇଛି
5 interesting songs related to Lord Ganesh

5 interesting songs related to Lord Ganesh

Advertisment

ଗଣେଶ ପୂଜା ଆସିଲେ ବ୍ୟବସାୟ ଅନୁଷ୍ଠାନ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଚଳଚଞ୍ଚଳ ହୋଇଉଠେ। ଏହା ହେଉଛି ବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ବ। ଏହାକୁ ଭାରତର ସବୁ ପ୍ରାନ୍ତରେ ଧୂମଧାମ୍‌ରେ ପାଳନ କରାଯାଉଥିଲେ ବି ମହାରାଷ୍ଟ୍ରରେ ଏହା ହେଉଛି ଏକ ବଡ ପର୍ବ। ଏବେ ଏହା ଆଉ କେବଳ ମହାରାଷ୍ଟ୍ରରେ ସୀମିତ ରହିନାହିଁ। ଏହା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା ଏପରିକି ଓଡ଼ିଶା ସମେତ ଅନେକ ରାଜ୍ୟକୁ ବିସ୍ତାର କରିଛି। ଏହି ପର୍ବ ବେଳେ ମାହୋଲ ପୂରା ଭିନ୍ନ ହେବା ସହ ଚାରିଆଡେ ଆନନ୍ଦ ଓ ଉତ୍ସାହ ଖେଳିଯାଏ।

Advertisment

ଏହି ପର୍ବରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ।

ବଲିଉଡ୍‌ ମଧ୍ୟ ଗଣେଶଙ୍କୁ ନେଇ ଅନେକ ଦମଦାର ଓ ଉତ୍ସାହୀ ଗୀତ ତିଆରି କରିଛି ଆଉ ଭେଟି ଦେଇଛି। ଏଠାରେ ଆମେ ଆପଣଙ୍କୁ ଗଣେଶ ପୂଜା ଅବସରରେ ୫ଟି ବଲିଉଡ ଗୀତ ବିଷୟରେ କହିବା, ଯାହା ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।

Advertisment

ଦେବା ଶ୍ରୀ ଗଣେଶା :

ଫିଲ୍ମ 'ଅଗ୍ନିପଥ'ର ଦେବା ଶ୍ରୀ ଗଣେଶା ଗୀତର ଆକର୍ଷଣ ହେଉଛି ହ୍ରିତିକ ରୋଶନଙ୍କ ଦମଦାର ଡ୍ୟାନ୍ସ। ଅଜୟ-ଅତୁଲଙ୍କ ମ୍ୟୁଜିକ୍ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ସଂଗୀତରେ ସଜ୍ଜା ଏହି ଗୀତ ଆପଣଙ୍କ ହୃଦୟକୁ ଉତ୍ସାହରେ ଭରିଦେବ।

ମୌର୍ଯ୍ୟା ରେ :

ଶାହରୁଖ ଖାନଙ୍କ ଆକ୍ସନ୍ ଫିଲ୍ମ 'ଡନ୍ ୨'ରୁ ‘ମୌର୍ଯ୍ୟା ରେ’ ଗୀତଟି ଆସିଛି। ଏହି ଗୀତରେ ଶାହରୁଖ ଖାନଙ୍କ ଫିଲିଙ୍ଗ୍‌ ଓ ଉତ୍ସାହ ଲୋକଙ୍କ ମନରେ ଜୋଶ୍ ଭରିଦିଏ। ଶଙ୍କର ମହାଦେବନଙ୍କ ଏହି ଗଣପତି ବିସର୍ଜନ ଗୀତ ବରିଷ୍ଠ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଲିଖିତ। ଏଥିରେ ଶାହରୁଖ ମୁମ୍ବାଇ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳେ। ଆପଣ ବି ଏହି ଗୀତ ଶୁଣି ନ ଚାଚି ରହିପାରିବେ ନାହିଁ।

Advertisment

ବପ୍ପା :

ଫିଲ୍ମ 'ବେଞ୍ଜୋ'ର ‘ବାପ୍ପା’ ଗୀତ ସମସ୍ତଙ୍କ ହୃଦୟକୁ ସିଧା ଛୁଇଁବ। ଏଥିରେ ରିତେଶ ଦେଶମୁଖ ତାଙ୍କ ହାତରେ ଭଗବାନ ଶଣେଶଙ୍କ ଏକ 'ଟାଟୁ' କରିଛନ୍ତି। ବିଶାଲ ଦଦଲାନୀ ଏହି ଗୀତ ରଚନା କରିଛନ୍ତି ଏବଂ ଗାଇଛନ୍ତି। ଏହି ଗୀତ ଆପଣଙ୍କୁ ନନ୍ ଷ୍ଟପ୍ ନାଚିବା ପାଇଁ ବାଧ୍ୟ କରିବ।

ଆଲା ରେ ଆଲା ଗଣେଶା :

ଫିଲ୍ମ 'ଡାଡୀ' ର ଏହି ଗୀତ ଗଣେଶ ପୂଜା ପାଇଁ ସର୍ବୋତ୍ତମ ପସନ୍ଦ। ଗଣେଶ ପୂଜା ଅବସରରେ ଏହା ଆପଣଙ୍କୁ ସାହସ ଏବଂ ଶାନ୍ତି ପ୍ରଦାନ କରିବ।

ସଡ୍‌ଡା ଦିଲ୍ ଭି ତୁ :

ଫିଲ୍ମ 'ABCD' ର ‘ସଡ୍‌ଡା ଦିଲ୍ ଭି ତୁ’ ଗୀତ ଗଣେଶଙ୍କ ଉପରେ ଆଧାରିତ ଏକ ସମସାମୟିକ ସ୍ପିନ୍ ଟ୍ୟୁନ୍। ଏହି ଗୀତ ଉଭୟ ପଞ୍ଜାବୀ ଏବଂ ହିନ୍ଦୀ ଲୋକଙ୍କୁ ସଂଯୋଗ କରେ। ଗଣେଶ ପୂଜା ଅବସରରେ ଏହି ଗୀତରେ ନାଚି ଆପଣ ଖୁବ ଉତ୍ସାହିତ ହୋଇପାରିବେ।

Ganesh Chaturthi Ganesh Puja Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ