Advertisment

ଜାଗର ପାଇଁ ରାଜଧାନୀରେ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ ।

Police Commisioner Soumendra PriyadarshiPolice Commisioner Soumendra Priyadarshi

Police Commisioner Soumendra Priyadarshi

Advertisment

ରାତି ପାହିଲେ ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିର ମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ ।

Advertisment

ଜିଲ୍ଲାପାଳ, ବିଏମସି କମିଶନରଙ୍କ ସହ ଆଲୋଚନା ଅନୁଯାୟୀ ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସର ଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ରାଜଧାନୀରେ ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ୱରେ ରହିବେ। କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ।

Advertisment

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନରେ ପୂଜାପାଠ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଜିଲ୍ଲାପାଳ, ମ୍ୟୁନିସପାଲିଟି କମିଶନର, ପୋଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବେଳେ ମାସ୍କ, ସାମଜିକ ଦୂରତା ରକ୍ଷା, ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖି ଯେପରି ସମସ୍ତ କୋଭିଡ୍ ପ୍ରୋଟକଲ ପାଳନ କରନ୍ତି, ସେ ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ଗତବର୍ଷ ଜାଗରରେ ଶ୍ରଦ୍ଧାଳୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Security Arrangements Maha Shivaratri 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ