Advertisment

ଆଜି ପବିତ୍ର କୁମାର ପୂର୍ଣ୍ଣିମା...ସୂର୍ଯ୍ୟଙ୍କୁ ଫଳ ଅର୍ପଣ କରି ବ୍ରତ ଆରମ୍ଭ କଲେ କୁମାରୀ...

ଚନ୍ଦ୍ର ଓ ଚଉରାପୂଜା ପାଇଁ ପ୍ରସ୍ତୁତି....ସେପଟେ ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ...ରାତି ୧ଟା ୪୪ ମିନିଟରୁ ଲାଗିବ ଗ୍ରହଣ....ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼...

ଅଦ୍ୟତନ ହୋଇଛି
'Kumar Purnima'

'Kumar Purnima'

Advertisment

ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । କୁମାରୀ ମାନେ ଉତ୍ତମ ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ଭୋରରୁ ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିବା ସହ ଉପବାସ ରଖି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଫଳ ଅର୍ପଣ କରିଥାନ୍ତି କୁମାରୀ।

Advertisment

ସନ୍ଧ୍ୟା ସମୟରେ ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ଆଜି କୁମାର ପୂର୍ଣ୍ଣିମା ଥିବାରୁ ଗାଁଠୁ ସହର ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।..ଘରେ ଘରେ ପିଠାପଣାର ଆସର ବି ଜମିଛି ।...

Advertisment

କୁମାର ପୂର୍ଣ୍ଣିମାରେ କ’ଣ ଭୋଗ ହୁଏ ?

ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାପନାଯାଏ ।

ସେପଟେ ଆଜି କୁମାର ପୂର୍ଣ୍ଣିମା ଥିବାବେଳେ ଏଥର ଚନ୍ଦ୍ରଗ୍ରହଣ ବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ।ରାତି ୧ଟା ୪୪ମି. ୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେସର୍ବମୋକ୍ଷ ହେବ। ଗ୍ରହଣର ଅବଧି ରହିବ ମୋଟ୍୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି। ଅପରାହ୍ନ ୪ଟା ୦୫ ରୁ ହାଣ୍ଡିଛାଡ଼ ଥିବା ବେଳେ ରାତି ୨ଟା ୨୩ ମିନିଟ୍ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ।

Advertisment
Kumar Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ